ନୂଆଦିଲ୍ଲୀ: ଆଜି ବିହାର ବିଧାନସଭାରେ ବହୁମତ ପ୍ରମାଣ ଦେବେ ନୀତୀଶ କୁମାର। ଆରଜେଡି ସହ ସମ୍ପର୍କ ତୁଟାଇ ଏନଡିଏ ସହ ମେଣ୍ଟ କରିବା ପରେ ପୁଣି ବିହାରରେ କ୍ଷମତା ଅକ୍ତିଆର କରିଛନ୍ତି ନୀତୀଶ। ଗତକାଲି ବିଜେପି ସମର୍ଥନରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ନୀତୀଶ କୁମାର। ତାଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ମଧ୍ୟ ଶପଥ ନେଇଛନ୍ତି। ତେଣୁ ଆଜି ବହୁମତ ପ୍ରମାଣ ଦେବେ ନୀତୀଶ। ବିହାରରେ ଜେଡିୟୁର ୭୧ ଜଣ ବିଧାୟକ ଥିବା ବେଳେ ବିଜେପି ପାଖରେ ଅଛନ୍ତି ୫୩ ବିଧାୟକ। ବହୁମତ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ।