ବିହାର ବିଧାନସଭା ନିର୍ବାଚନ:ନୀତୀଶ ଜନତା ପରିବାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜନତା ପରିବାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ କୁମାର। ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରସ୍ତାବ ଦେଇଥିଲେ। ରବିବାର ନୂଆଦିଲ୍ଲୀରେ ମୁଲାୟମଙ୍କ ବାସଭବନରେ ନୀତୀଶ ଓ ଲାଲୁଙ୍କ ମଧ୍ୟରେ ନିର୍ବାଚନ ରଣନୀତି ନେଇ ଆଲୋଚନା ହୋଇଥିଲା। ଲାଲୁ କହିଛନ୍ତି, ବିହାରରେ ବିଜେପିକୁ ରୋକିବା ଜନତା ପରିବାରର […]

Nitish_Kumar

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 01:43 PM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜନତା ପରିବାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ କୁମାର। ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରସ୍ତାବ ଦେଇଥିଲେ। ରବିବାର ନୂଆଦିଲ୍ଲୀରେ ମୁଲାୟମଙ୍କ ବାସଭବନରେ ନୀତୀଶ ଓ ଲାଲୁଙ୍କ ମଧ୍ୟରେ ନିର୍ବାଚନ ରଣନୀତି ନେଇ ଆଲୋଚନା ହୋଇଥିଲା। ଲାଲୁ କହିଛନ୍ତି, ବିହାରରେ ବିଜେପିକୁ ରୋକିବା ଜନତା ପରିବାରର ପ୍ରାଥମିକତା। ସେପଟେ ନୀତୀଶ ସୂଚନା ଦେଇଛନ୍ତି, ଆଗାମୀ ନିର୍ବାଚନରେ ଜେଡିୟୁ, ଆରଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ। ଏ ନେଇ ସେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି। ଆଗାମୀ ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବାର ଅଛି।

Related story