ବିହାର ବିଧାନସଭା: ୬ ଜିଲ୍ଲାର ୩୨ ନିର୍ବାଚନ ମଣ୍ଡଳୀରେ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ପାଟଣା: ବିହାର ବିଧାନସଭା ପାଇଁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମାଓ ପ୍ରବଣ ୬ଟି ଜିଲ୍ଲା କଇମୁର, ରୋହତସ, ଅର୍ୱାଲ, ଜେହାନାବାଦ, ଔରଙ୍ଗ।ବାଦ ଓ ଗୟାର ୩୨ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହେଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଅତି ସମ୍ୱେଦନଶୀଳ ୧୧ଟି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୩ଟା ଯାଏ ଓ ୧୨ଟି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୪ଟା ଏବଂ […]

bihar

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 03:13 PM IST

ପାଟଣା: ବିହାର ବିଧାନସଭା ପାଇଁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମାଓ ପ୍ରବଣ ୬ଟି ଜିଲ୍ଲା କଇମୁର, ରୋହତସ, ଅର୍ୱାଲ, ଜେହାନାବାଦ, ଔରଙ୍ଗ।ବାଦ ଓ ଗୟାର ୩୨ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହେଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଅତି ସମ୍ୱେଦନଶୀଳ ୧୧ଟି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୩ଟା ଯାଏ ଓ ୧୨ଟି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୪ଟା ଏବଂ ଅବଶିଷ୍ଟ ୯ଟିରେ ଅପରାହ୍ନ ୫ଟା ଯାଏଁ ମତଦାନ ହେବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୪୫୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏହି ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀ, ବର୍ତ୍ତମାନର ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ, ବରିଷ୍ଠ ବିଜେପି ନେତା ପ୍ରେମ କୁମାର, ଗୋପାଲ ନାରାୟଣ ସିଂ ଓ ଜୟ କୁମାର ସିଂ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।

Related story