ବିହାର ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମୋଟ ୫୪ ପ୍ରତିଶତ ମତାଦନ ହୋଇଛି। ଏହା ସହିତ ୩୨ଟି ଆସନରେ ଛିଡ଼ା ହୋଇଥିବା ୪୫୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀ, ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ, ବରିଷ୍ଠ ବିଜେପି ନେତା ପ୍ରେମ କୁମାର, ଗୋପାଲ ନାରାୟଣ ସିଂ ଓ ଜୟ କୁମାର ସିଂ। ମହିଳା […]

bihar

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 03:17 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମୋଟ ୫୪ ପ୍ରତିଶତ ମତାଦନ ହୋଇଛି। ଏହା ସହିତ ୩୨ଟି ଆସନରେ ଛିଡ଼ା ହୋଇଥିବା ୪୫୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀ, ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ, ବରିଷ୍ଠ ବିଜେପି ନେତା ପ୍ରେମ କୁମାର, ଗୋପାଲ ନାରାୟଣ ସିଂ ଓ ଜୟ କୁମାର ସିଂ।

ମହିଳା ଭୋଟରଙ୍କ ମତଦାନ ହାର ପୁରୁଷଙ୍କଠାରୁ ଅଧିକ ରହିଛି। ୫୭.୫% ମହିଳା ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୫୨.୫% ପୁରୁଷ ଭୋଟ୍ ଦେଇଥିଲେ।

ଆଜି ରାଜ୍ୟର ୩୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ୬ ଜିଲ୍ଲାରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ନକ୍ସଲ ପ୍ରବଣ ହୋଇଥିବା ସତ୍ତ୍ୱେ ୫୦ ପ୍ରତିଶତ ଉପରେ ଭୋଟିଂ ହୋଇଛି।

Related story