ଶେଷରେ ଶିଶୁ ମଡ଼କ ନେଇ ମୁହଁ ଖୋଲିଲେ ନୀତୀଶ କୁମାର

ପାଟନା: ଘାତକ ମସ୍ତିଷ୍କ ଜ୍ୱର ଏଇଏସ ଏବେ ବିହାରରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୁଣ୍ଡ ନେବାରେ ଲାଗିଛି। ଆକ୍ୟୁଟ ଏନ୍‌ସେଫାଲଇଟିସ୍‌ ବା ଉତ୍କଟ ମସ୍ତିଷ୍କ ଜ୍ୱର ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୫୦ ଅତିକ୍ରମ କରିବା ପରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ନିଜର ପକ୍ଷ ରଖିଛନ୍ତି। ସେ ଏଭଳି ଶିଶୁ ମଡ଼କକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିପାଇଁ ଯେତେ ଶୋକ ବ୍ୟକ୍ତ କଲେ ମଧ୍ୟ କମ୍‌ ହେବ ବୋଲି କହିଛନ୍ତି। […]

we

we

Hemant Lenka
  • Published: Monday, 01 July 2019
  • Updated: 01 July 2019, 05:43 PM IST

Sports

Latest News

ପାଟନା: ଘାତକ ମସ୍ତିଷ୍କ ଜ୍ୱର ଏଇଏସ ଏବେ ବିହାରରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୁଣ୍ଡ ନେବାରେ ଲାଗିଛି। ଆକ୍ୟୁଟ ଏନ୍‌ସେଫାଲଇଟିସ୍‌ ବା ଉତ୍କଟ ମସ୍ତିଷ୍କ ଜ୍ୱର ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୫୦ ଅତିକ୍ରମ କରିବା ପରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ନିଜର ପକ୍ଷ ରଖିଛନ୍ତି।

ସେ ଏଭଳି ଶିଶୁ ମଡ଼କକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିପାଇଁ ଯେତେ ଶୋକ ବ୍ୟକ୍ତ କଲେ ମଧ୍ୟ କମ୍‌ ହେବ ବୋଲି କହିଛନ୍ତି। ଶିଶୁ ମୃତ୍ୟୁକୁ ରୋବିକାରେ ସରକାର ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରି ଆସୁଥିବାରୁ ଆଜି ନୀତୀଶ କୁମାର ନିଜ ସରକାରଙ୍କ ଦୋଷକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଶିଶୁ ମୃତ୍ୟୁ ନେଇ ସରକାର ଏକାଧିକ ବୈଠକ କରିବା ସହ ଏହାକୁ ରୋକିବା ପାଇଁ ସବୁ ପ୍ରକାରର ଚେଷ୍ଟା କରୁଥିବା କହିଛନ୍ତି।

ବିଧାନସଭାରେ ନୀତୀଶ କୁମାର କହିଛନ୍ତି, “ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମ ସରକାର ଏହାକୁ ଗୁରୁତ୍ୱର ସହ ନେଇ ବାରମ୍ବାର ବୈଠକ କରିବା ସହ ଏହାର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ମୁଁ ୨୦୧୫ରେ ପାଟନା ଏମ୍‌ସର ଡାକ୍ତରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲି।

ଏଥିସହ ଏହା କ’ଣ ପାଇଁ ବ୍ୟାପୁଛି ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କ ସହ ମଧ୍ୟ ବୈଠକ କରିଥିଲି। ଏପରି କି ଆମେରିକାକୁ ମଧ୍ୟ ଏ ସମ୍ପର୍କରେ ରିପୋର୍ଟ ପଠାଯାଇ ମତାମତ ଲୋଡ଼ା ଯାଇଥିଲା। ଦୀର୍ଘ ବର୍ଷ ହେଲାଣି ଏହି ରୋଗର ମୁକାବିଲା ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି।

ଏବେ ଆମେ ସୋସିଓ-ଇକୋନୋମିକ (ସାମାଜିକ-ଅର୍ଥନୀତିକ) ସର୍ଭେ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ। ”

ବିଧାନସଭାରେ ତଥ୍ୟ ଉପସ୍ଥାପନ କରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି, “ଜୁନ୍‌ ୨୮ ସୁଦ୍ଧା ହସ୍ପିଟାଲ୍‌ରେ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ୭୨୦ ଜଣ ଶିଶୁ ଭର୍ତ୍ତି ହୋଇଛନ୍ତି। ସେହିପରି ୫୮୬ ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି।”

ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଉଭୟ କଂଗ୍ରେସ ଓ ଆରଜେଡି ବିଧାନସଭାରେ ନୋଟିସ୍‌ ଦେଇଥିଲେ। ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଆରଜେଡି ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛି। ସେହିପରି ଶିଶୁ ମୃତ୍ୟୁର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ମଧ୍ୟ ଦଳ ଦାବି ଉପସ୍ଥାପନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story