ବିହାର ନିର୍ବାଚନରେ ପରାସ୍ତର ବିଜେପି କରିବ ସମୀକ୍ଷା

ନୂଆଦିଲ୍ଲୀ: ବିହାରରେ ଜନାଦେଶକୁ ନେଇ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ବୋର୍ଡ ବୈଠକ। ଏଥିରେ ନିର୍ବାଚନ ଫଳାଫଳକୁ ପର୍ଯ୍ୟାଲୋଚନା କରାଯିବା ସହ ଏହାର କାରଣ ସମ୍ପର୍କରେ ଆଲୋଚନା କରାଯିବ। ଏଥିସହ ନିର୍ବାଚନ ଫଳାଫଳ ଉପରେ ଆତ୍ମନୀରିକ୍ଷଣ କରି ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ବିହାରରେ ବିଜେପି ତୃତୀୟ ସ୍ଥାନରେ ରହିଛି। ଦଳକୁ ମାତ୍ର ୫୩ଟି ଆସନରେ ବିଜୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୦ଟି ନିର୍ବାଚନ ରାଲି […]

modi1

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 09:43 AM IST

ନୂଆଦିଲ୍ଲୀ: ବିହାରରେ ଜନାଦେଶକୁ ନେଇ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ବୋର୍ଡ ବୈଠକ। ଏଥିରେ ନିର୍ବାଚନ ଫଳାଫଳକୁ ପର୍ଯ୍ୟାଲୋଚନା କରାଯିବା ସହ ଏହାର କାରଣ ସମ୍ପର୍କରେ ଆଲୋଚନା କରାଯିବ। ଏଥିସହ ନିର୍ବାଚନ ଫଳାଫଳ ଉପରେ ଆତ୍ମନୀରିକ୍ଷଣ କରି ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ବିହାରରେ ବିଜେପି ତୃତୀୟ ସ୍ଥାନରେ ରହିଛି। ଦଳକୁ ମାତ୍ର ୫୩ଟି ଆସନରେ ବିଜୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୦ଟି ନିର୍ବାଚନ ରାଲି ସତ୍ତ୍ୱେ ଏନଡିଏକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

Related story