ବିହାର ନିର୍ବାଚନରେ ଏନଡିଏର ପରାଜୟର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ ନାହିଁ: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଚିତ୍ ମାରିଛି ବିଜେପି। ବିଜୟୀ ହୋଇଛି ଜେଡିୟୁ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସର ମହାମେଣ୍ଟ। ତେବେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଦେଶର ଅର୍ଥନୀତି ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ର ଅରୁଣ ଜେଟଲୀ। ଅର୍ଥ ମନ୍ତ୍ରୀ କହିଛନ୍ତି, ‘ମୁଁ ଭାବୁ ନାହିଁ ବିହାର ନିର୍ବାଚନର ଫଳାଫଳ ଦେଶର ଅର୍ଥନୀତି ଅବା ଅର୍ଥନୈତିକ ସଂସ୍କାର ପାଇଁ ଆରମ୍ଭ କରାଯାଇଥିବା ପ୍ରକ୍ରିୟା […]

arun jaitely

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 05:29 AM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଚିତ୍ ମାରିଛି ବିଜେପି। ବିଜୟୀ ହୋଇଛି ଜେଡିୟୁ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସର ମହାମେଣ୍ଟ। ତେବେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଦେଶର ଅର୍ଥନୀତି ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ର ଅରୁଣ ଜେଟଲୀ।

ଅର୍ଥ ମନ୍ତ୍ରୀ କହିଛନ୍ତି, ‘ମୁଁ ଭାବୁ ନାହିଁ ବିହାର ନିର୍ବାଚନର ଫଳାଫଳ ଦେଶର ଅର୍ଥନୀତି ଅବା ଅର୍ଥନୈତିକ ସଂସ୍କାର ପାଇଁ ଆରମ୍ଭ କରାଯାଇଥିବା ପ୍ରକ୍ରିୟା ଉପରେ ପଡ଼ିବ। ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ପୂର୍ବବତ୍ ଜାରି ରହିବ। ଦ୍ରୁତ ଗତିରେ ଏଗୁଡ଼ିକୁ କାର୍ଯ୍ୟକାରୀ କରାଯିବ।’

ଏହା ସହିତ ଅରୁଣ ଜେଟଲୀ ମାନିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ସମୟରେ ବିଜେପିର କିଛି ନେତାଙ୍କ ଅଯଥା ମନ୍ତବ୍ୟର ପ୍ରଭାବ ଦଳ ଉପରେ ଭାରି ପଡ଼ିଛି।

Related story