ବିହାର ନିର୍ବାଚନ: ମାତ୍ର ୧୨,୭୬୮ ଭୋଟରେ ହାରିଲା ମହାମେଣ୍ଟ

ନୂଆଦିଲ୍ଲୀ: ସରିଯାଇଛି ବିହାର ବିଧାନସଭା ନିର୍ବାଚନ। ପୁଣିଥରେ ଏନଡିଏକୁ ମିଳିଛି ବହୁମତ। ୨୪୩ଟି ବିଧାନସଭା ସିଟରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢ଼ିଛି। ସେହିପରି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟକୁ ମିଳିଛି ୧୧୦ ସିଟ୍। ହୁଏତ ଚଳିତ ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ଅଳ୍ପ ବ୍ୟବଧାନରେ ପରାଜୟ ସ୍ୱୀକାର କରିଛି, କିନ୍ତୁ ସେମାନେ ଦେଖାଇ ଦେଇଛନ୍ତି ଯେ ‘ହମ୍ ଭି କିସି ସେ କମ୍ ନେହି’। ଏହା କହିବାର ଯଥାର୍ଥତା ମଧ୍ୟ ରହିଛି। ବିହାରରେ […]

bihar

Ranjit Kumar Jena
  • Published: Thursday, 12 November 2020
  • , Updated: 12 November 2020, 12:55 PM IST

ନୂଆଦିଲ୍ଲୀ: ସରିଯାଇଛି ବିହାର ବିଧାନସଭା ନିର୍ବାଚନ। ପୁଣିଥରେ ଏନଡିଏକୁ ମିଳିଛି ବହୁମତ। ୨୪୩ଟି ବିଧାନସଭା ସିଟରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢ଼ିଛି। ସେହିପରି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟକୁ ମିଳିଛି ୧୧୦ ସିଟ୍। ହୁଏତ ଚଳିତ ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ଅଳ୍ପ ବ୍ୟବଧାନରେ ପରାଜୟ ସ୍ୱୀକାର କରିଛି, କିନ୍ତୁ ସେମାନେ ଦେଖାଇ ଦେଇଛନ୍ତି ଯେ 'ହମ୍ ଭି କିସି ସେ କମ୍ ନେହି'। ଏହା କହିବାର ଯଥାର୍ଥତା ମଧ୍ୟ ରହିଛି।

ବିହାରରେ ଲାଲୁ ପ୍ରସାଦଙ୍କ ସୁପୁତ୍ର ତଥା ଆରଜେଡିର ଅଧ୍ୟକ୍ଷ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଓ ଏନଡିଏ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ଯଦି ଆମେ ଭୋଟ୍ ପ୍ରତିଶତ ଉପରେ ନଜର ପକାଇବା, ତାହେଲେ ମହାମେଣ୍ଟ ଓ ଏନଡିଏ ମଧ୍ୟରେ ସାମାନ୍ୟ ବ୍ୟବଧାନ ରହିଛି। ଉଭୟ ଏନିଡିଏ ଓ ମହାମେଣ୍ଟକୁ ୩.୧୪ କୋଟିରୁ ଅଧିକ ଭୋଟ୍ ମିଳିଛି। ସେଥିମଧ୍ୟରୁ ଏନଡିଏକୁ ୧କୋଟି ୫୭ଲକ୍ଷ ୧ହଜାର ୨୨୬ ଭୋଟ୍ ମିଳିଥିବା ବେଳେ ମହାମେଣ୍ଟକୁ ୧କୋଟି ୫୬ଲକ୍ଷ ୮୮ହଜାର ୪୫୮ଟି ଭୋଟ୍ ମିଳିଛି। ଅର୍ଥାତ୍ ମହାମେଣ୍ଟ ମାତ୍ର ୧୨,୭୬୮ ଭୋଟ୍ ବ୍ୟବଧାନ ଅର୍ଥାତ୍ ୦.୦୩ ପ୍ରତିଶତ କମ୍ ଭୋଟରେ ଏନଡିଏଠାରୁ ହାରିଛି।

ବିହାର ନିର୍ବାଚନରେ ଏନଡିଏ ୩୭.୨୬ ପ୍ରତିଶତ ଭୋଟ୍ ପାଇଥିବା ବେଳେ ମହାମେଣ୍ଟ ୩୭.୨୩ ପ୍ରତିଶତ ଭୋଟ୍ ପାଇଛି। ଯଦି ମହାମେଣ୍ଟ ପ୍ରତି ନିର୍ବାଚନ ମଣ୍ଡଳୀରେ ଆଉ ୫୩ ଭୋଟ୍ ଅଧିକ ପାଇଥାନ୍ତା, ତାହେଲେ ସେମାନେ ଏନଡିଏକୁ ପଛରେ ପକାଇ ଦେଇଥାନ୍ତେ। ୨୦୧୫ ନିର୍ବାଚନରେ ଆରଜେଡି, ଜେଡିୟୁ ଓ କଂଗ୍ରେସକୁ ଗଠିତ ମହାମେଣ୍ଟ ୧,୫୯,୫୨,୧୮୮ ଭୋଟ୍ ପାଇଥିବା ବେଳେ ଏନଡିଏ (ବିଜେପି, ଏଲଜେପି, ଏଚଏଏମ୍ (ଏସ୍) ଓ ଆରଏଲଏସପି) ୧,୨୯,୯୦,୬୪୫ ଭୋଟ୍ ପାଇଥିଲା। ଅର୍ଥାତ୍ ମହାମେଣ୍ଟ ୭.୮ ପ୍ରତିଶତ ଆଧାରରେ ୨୯.୬ ଲକ୍ଷ ଅଧିକ ଭୋଟ୍ ପାଇଥିଲା।

ଚଳିତ ବିହାର ନିର୍ବାଚନରେ ମହାମେଣ୍ଟର ନେତୃତ୍ୱ ବହନ କରିଥିବା ଆରଜେଡିର ଭୋଟ୍ ହାର ୨୩.୧ ପ୍ରତିଶତ ରହିଛି। ଏହା ତୁଳନାରେ ବିଜେପିକୁ ୧୯.୪୬ ପ୍ରତିଶତ ଏବଂ ଜେଡିୟୁକୁ ୧୫.୩୮ ପ୍ରତିଶତ ଭୋଟ୍ ମିଳିଛି। ଏହି ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଆରଜେଡି ୨୦୧୫ର ସମ୍ମାନକୁ ବଜାୟ ରଖି ମୋଟ ୭୫ ଆସନ ସହ ସବୁଠାରୁ ବଡ଼ ପାର୍ଟି ହୋଇଛି। ତେବେ ୨୦୧୫ ତୁଳନାରେ ଏଥର ଆରଜେଡିକୁ ୫ ସିଟର କ୍ଷତି ମଧ୍ୟ ହୋଇଛି।

Related story