ବିହାର ନିର୍ବାଚନରେ ପରାଜୟ ପାଇଁ ମୋଦି ନିଜକୁ ଦାୟୀ କରନ୍ତୁ: ଶିବ ସେନା

ମୁମ୍ବାଇ: ବିହାର ବିଧାନସଭାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ହାରିବା ସୁନିଶ୍ଚିତ ହୋଇଯାଇଛି। ବିଜେପି ମେଣ୍ଟ ମାତ୍ର ୭୫ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ମେଣ୍ଟ ଦିନ ସାଢ଼େ ଗୋଟେ ସୁଦ୍ଧା ୧୬୦ଟି ଆସନରେ ଆଗୁଆ ରହିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ। ତେବେ ଆନୁଷ୍ଠାନିକ ଫଳାଫଳ ଘୋଷଣା ପୂର୍ବରୁ ବିହାରରେ ପରାଜୟ ପାଇଁ ବିଜେପିକୁ ସମାଲୋଚନା କରିବା ଆରମ୍ଭ କରି ଦେଇଛି ଏହାର ଅନ୍ୟତମ ସହଯୋଗୀ ଦଳ ଶିବସେନା। ଖାଲି ସେତିକି ନୁହେଁ ଦଳ […]

sanjay

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 08:03 AM IST

ମୁମ୍ବାଇ: ବିହାର ବିଧାନସଭାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ହାରିବା ସୁନିଶ୍ଚିତ ହୋଇଯାଇଛି। ବିଜେପି ମେଣ୍ଟ ମାତ୍ର ୭୫ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ମେଣ୍ଟ ଦିନ ସାଢ଼େ ଗୋଟେ ସୁଦ୍ଧା ୧୬୦ଟି ଆସନରେ ଆଗୁଆ ରହିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ। ତେବେ ଆନୁଷ୍ଠାନିକ ଫଳାଫଳ ଘୋଷଣା ପୂର୍ବରୁ ବିହାରରେ ପରାଜୟ ପାଇଁ ବିଜେପିକୁ ସମାଲୋଚନା କରିବା ଆରମ୍ଭ କରି ଦେଇଛି ଏହାର ଅନ୍ୟତମ ସହଯୋଗୀ ଦଳ ଶିବସେନା। ଖାଲି ସେତିକି ନୁହେଁ ଦଳ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛି। ଦଳ କହିଛି, ନୀତୀଶ ଜଣେ ରାଜନୈତିକ ହୀରା ଭାବେ ଉଭୁରିଛନ୍ତି।

ଶିବ ସେନାର ମୁଖପାତ୍ର ସଂଜୟ ରାଉତ କହିଛନ୍ତି ଯେ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଯେମିତି ସୋନିଆ ଗାନ୍ଧ ଦାୟୀ ଥିଲେ ସେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରନ୍ତୁ ଯେ ବିହାରରେ ପରାଜୟ ପାଇଁ ସେ ଦାୟୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ମୋଦିଙ୍କ ନାଁରେ ଲଢ଼ା ଯାଇଥିଲା। କିନ୍ତୁ ସର୍ବୋଚ୍ଚ ସ୍ଥାନରେ ବସିଥିବା ମୋଦି ନିଜର ଭାଷା ଓ ବାକ୍ୟ ପ୍ରତି ନଜର ଦେଲେ ନାହିଁ।

ଏହି ନିର୍ବାଚନ ପରିମାଣ ଦେଶର ରାଜନୈତିକ ଭବିଷ୍ୟତକୁ ଏକ ଟର୍ଣ୍ଣିଂ ପଏଣ୍ଟ୍ ଦେଇଛି। ଆଗକୁ ମହାରାଷ୍ଟ୍ରରେ ବି ଏମିତି ଫଳାଫଳ ଆସିବ।

Related story