ବିହାରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ : ୬ଟି ଜିଲ୍ଲାର ୫୦ ଆସନ ପାଇଁ ଚାଲିଛି ଭୋଟ୍ ଗ୍ରହଣ

ପାଟନା: ବିହାରରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତୃତୀୟ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୫୦ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟରେ ୮୦୮ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀ ପ୍ରତାପ, ବିଜେପି ନେତା ନନ୍ଦ କିଶୋର ଯାଦବ, ଦଳ ମୁଖ୍ୟ ସଚେତକ ଅରୁଣ କୁମାର ସିହ୍ନା ଏବଂ ବିହାର ବିଧାନସଭା ଉପବାଚସ୍ପତି ଅମରେନ୍ଦ୍ର […]

pol

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 10:12 AM IST

ପାଟନା: ବିହାରରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତୃତୀୟ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୫୦ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟରେ ୮୦୮ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀ ପ୍ରତାପ, ବିଜେପି ନେତା ନନ୍ଦ କିଶୋର ଯାଦବ, ଦଳ ମୁଖ୍ୟ ସଚେତକ ଅରୁଣ କୁମାର ସିହ୍ନା ଏବଂ ବିହାର ବିଧାନସଭା ଉପବାଚସ୍ପତି ଅମରେନ୍ଦ୍ର ପ୍ରତାପ ସିଂହ। ୧୦ଟି ନିର୍ବାଚନ ମଣ୍ଡଳୀରେ ୭ଟାରୁ ଅପରାହ୍ନ ୪ଟା ଓ ଅବଶିଷ୍ଟ ଆସନରେ ୭ଟାରୁ ଅପରାହ୍ନ ୫ଟା ଯାଏ ଭୋଟ ନିଆଯିବ। ପୂର୍ବରୁ ୧୨ ଓ ୧୬ ତାରିଖରେ ଦୁଇଟି ପର୍ଯ୍ୟାୟରେ ୮୧ଟି ଆସନ ପାଇଁ ମତଦାନ ହୋଇଥିଲା।

Related story