ଦାମିକିଆ ଭୋଜି ନୁହେଁ, ପୁଅ ବାହାଘରରେ ଅଙ୍ଗଦାନ ଶିବିର ଖୋଲି ଉଦାହରଣ ସୃଷ୍ଟିକଲେ ବିହାର ଉପମୁଖ୍ୟମନ୍ତ୍ରୀ

ପାଟନା: ମନ୍ତ୍ରୀ ଘର ବାହାଘର। ଏ କଥା ଶୁଣୁ ଶୁଣୁ ଆପଣ ଭାବୁଥିବେ କାହିଁ କେତେ ପ୍ରକାରରର ଭୋଜିଭାତ ସହ ନାନା ଆୟୋଜନ ନିଶ୍ଚିତ ହୋଇଥିବ। ବଡ ବଡ ନେତା ମନ୍ତ୍ରୀ, ସେଲିବ୍ରେଟି ଏକାଠି ହୋଇଥିବେ ଓ ଖାଇବା ପିଇବା ବ୍ୟଞ୍ଜନ ବି ଭଳି ଭଳିକା ହୋଇଥିବ। ଏଇଟା ସାଧାରଣ କଥା। ହେଲେ ବିହାରର ଜଣେ ପ୍ରମୁଖ ମନ୍ତ୍ରୀଙ୍କ ବାହାଘରରେ ଠିକ୍‌ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଅତି ସାଧାସିଧା ବାହାଘର କରି ମନ୍ତ୍ରୀ ମହୋଦୟ ସୃଷ୍ଟି […]

150_pledge_to_donate_organs_at_bihar_deputy_cm_sons_wedding_1512377947

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 09:41 PM IST

ପାଟନା: ମନ୍ତ୍ରୀ ଘର ବାହାଘର। ଏ କଥା ଶୁଣୁ ଶୁଣୁ ଆପଣ ଭାବୁଥିବେ କାହିଁ କେତେ ପ୍ରକାରରର ଭୋଜିଭାତ ସହ ନାନା ଆୟୋଜନ ନିଶ୍ଚିତ ହୋଇଥିବ। ବଡ ବଡ ନେତା ମନ୍ତ୍ରୀ, ସେଲିବ୍ରେଟି ଏକାଠି ହୋଇଥିବେ ଓ ଖାଇବା ପିଇବା ବ୍ୟଞ୍ଜନ ବି ଭଳି ଭଳିକା ହୋଇଥିବ। ଏଇଟା ସାଧାରଣ କଥା। ହେଲେ ବିହାରର ଜଣେ ପ୍ରମୁଖ ମନ୍ତ୍ରୀଙ୍କ ବାହାଘରରେ ଠିକ୍‌ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଅତି ସାଧାସିଧା ବାହାଘର କରି ମନ୍ତ୍ରୀ ମହୋଦୟ ସୃଷ୍ଟି କରିଛନ୍ତି ଉଦାହରଣ। ଖାଲି ସାଧାସିଧା ନୁହେଁ, ବାହାଘରରେ ଏମିତି କିଛି ବ୍ୟବସ୍ଥା ହୋଇଥିଲା ଯାହା ଅନ୍ୟମାନଙ୍କ ଲାଗି ଆଦର୍ଶ ହୋଇଯାଇଛି।

ଆମ କହୁଛୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କ କଥା। ମୋଦିଙ୍କ ବଡପୁଅ ଉତ୍କର୍ସଙ୍କ ବିବାହ ଉତ୍ସବ ରବିବାର ଆୟୋଜନ କରାଯାଇଥିଲା। ପାଟଣାସ୍ଥିତ ବିହାର ଭେଟନାରୀ କଲେଜ ପଡିଆରେ ଆୟାଜିତ ଏହି ବିବାହ ଉତ୍ସବ ଥିଲା ବେସ୍‌ ନିରାଡମ୍ବର।  ବାଜୁ ନ ଥିଲା ବ୍ୟାଣ୍ଡ, ଶୁଭୁ ନ ଥିଲା ବାଜା। ଅତି ଶରଳ ଢଙ୍ଗରେ ବିବାହସ୍ଥଳରେ ପହଞ୍ଚିଥିଲେ ବରଯାତ୍ରୀ। ଏହି ଅବସରରେ ଆୟୋଜିତ ହୋଇଥିଲା ଏକ ଅଙ୍ଗଦାନ ଶିବିର। ପ୍ରାୟ ୧୫୦ ଜଣ ଲୋକ ମୃତ୍ୟୁପରେ ନିଜ ଅଙ୍ଗଦାନ କରିବାକୁ ଉଦ୍ଦିଷ୍ଟ ରେଜିଷ୍ଟରରେ ଦସ୍ତଖତ କରିଥିଲେ।

ଅତିଥିମାନଙ୍କୁ ଚା’ ସହ ଲଡୁ ପ୍ୟାକେଟ ବଣ୍ଟନ କରାଯାଇଥିଲା। ଯେଉଁ ପ୍ୟାକେଟରେ ସ୍ୱଚ୍ଛଭାରତ ସ୍ଲୋଗାନ ଲେଖା ରହିଥିଲା। ଏହି ନିରାଡମ୍ବର ବାହାଘରରେ ବୈଦିକ ରୀତିରେ ହାତକୁ ଦି ହାତ ହୋଇଥିଲେ ଉତ୍କର୍ସ ଓ ଯାମୀନି। ଅତିଥିମାନଙ୍କ ହାତରେ ଏହି ବୈଦିକ ରୀତି ବିବାହର ଶ୍ଲୋକ ଥିବା ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା।

Related story