ବିହାର ମୁଖ୍ୟମନ୍ତ୍ରୀ ହେବାକୁ ପାଶୱାନଙ୍କ ମନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ। ସେ ନିଜେ ଏ କଥା କହିଛନ୍ତି। ହାଇଦ୍ରାବାଦର ଏକ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ। ପାଶୱାନ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ତେବେ ଏହା କହିବା ପୂର୍ବରୁ ପାଶୱାନ ବାରମ୍ୱାର ସ୍ପଷ୍ଟ କରିଥିଲେ ଯେ ଚଳିତବର୍ଷ ଅକ୍ଟୋବର-ନଭେମ୍ୱରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ସେ […]

Ram-Vilas-paswan

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 06:40 AM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ। ସେ ନିଜେ ଏ କଥା କହିଛନ୍ତି। ହାଇଦ୍ରାବାଦର ଏକ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ।

ପାଶୱାନ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ।

ତେବେ ଏହା କହିବା ପୂର୍ବରୁ ପାଶୱାନ ବାରମ୍ୱାର ସ୍ପଷ୍ଟ କରିଥିଲେ ଯେ ଚଳିତବର୍ଷ ଅକ୍ଟୋବର-ନଭେମ୍ୱରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ସେ ମୁଖ୍ୟମନ୍ତ୍ରୀ ଦୌଡରେ ନାହାନ୍ତି।

ଲୋକ ଜନ ଶକ୍ତି ପାର୍ଟିର ମୁଖ୍ୟ ପାଶୱାନ ଆହୁରି ମଧ୍ୟ କହିଥିଲେ ଯେ ବିହାରର ବିକାଶ ପାଇଁ ସେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ରାଜନୀତିରେ ତାଙ୍କର  ଯଥେଷ୍ଟ ଅଭିଜ୍ଞତା ରହିଛି।

ପାଶୱାନ ଏସବୁ କଥା କହିବା ବେଳେ ସେଠାରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ।

Related story