ବିହାର ବିଧାନସଭା ନିର୍ବାଚନ; ଆହୁରି ୧୨ଟି ରାଲି କରିବେ ମୋଦି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଲାଣି। ତେବେ ଏଯାଏଁ ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରୁ ନାହିଁ। କିନ୍ତୁ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ୪ଟି ରାଲି କରି ସାରିଲେଣି। ତେଣୁ କର୍ମୀଙ୍କ ମନୋବଳ ଦୃଢ଼ ହୋଇଛି ଓ ସେମାନେ ଅଧିକ ଉତ୍ସାହିତ ହୋଇଛନ୍ତି। ଦଳର ବରିଷ୍ଠ ନେତାମାନେ କହିଛନ୍ତି ଯେ ମୋଦିଙ୍କ ରାଲି ଯୋଗୁଁ ରାଜ୍ୟରେ ଦଳର ସ୍ଥିତି ଆହୁରି ମଜଭୁତ ହୋଇଛି। ଯଦି […]

narendra

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 06:18 AM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଲାଣି। ତେବେ ଏଯାଏଁ ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରୁ ନାହିଁ। କିନ୍ତୁ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ୪ଟି ରାଲି କରି ସାରିଲେଣି। ତେଣୁ କର୍ମୀଙ୍କ ମନୋବଳ ଦୃଢ଼ ହୋଇଛି ଓ ସେମାନେ ଅଧିକ ଉତ୍ସାହିତ ହୋଇଛନ୍ତି। ଦଳର ବରିଷ୍ଠ ନେତାମାନେ କହିଛନ୍ତି ଯେ ମୋଦିଙ୍କ ରାଲି ଯୋଗୁଁ ରାଜ୍ୟରେ ଦଳର ସ୍ଥିତି ଆହୁରି ମଜଭୁତ ହୋଇଛି। ଯଦି ଆଗକୁ ଏମିତି ରାଲିର ଆୟୋଜନ କରାଯାଏ, ତା’ହେଲେ ଦଳ ନିଶ୍ଚିତ ଭାବେ ରାଜ୍ୟରେ ୧୨୨ଟି ଆସନରେ ବିଜୟୀ ହେବ। କୁହାଯାଉଛି ସେଥିପାଇଁ ଆଗକୁ ମୋଦି ରାଜ୍ୟରେ ଆହୁରି ୧୨ଟି ରାଲିରେ ଯୋଗ ଦେବେ।

ହରିଆଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ବିଜେପି ବିହାର ବିଧାନସଭା ନିର୍ବାଚନ ମଧ୍ୟ ମୋଦିଙ୍କ ନାଁରେ ପାର ହେବାକୁ ଯୋଜନା ପ୍ରସ୍ତୁତ କରିଛି।  ଅନ୍ୟପକ୍ଷରେ ଆସନ ବୁଝାମଣା ନେଇ ଭାଜପା ଓ ଏହାର ମେଣ୍ଟଦଳଗୁଡ଼ିକ ମଧ୍ୟରେ ଟଣାଓଟରା ଚାଲିଛି।

Related story