ବିଜେପି ସରକାରରେ ଦଳିତ ଅସୁରକ୍ଷିତ: ମାୟାବତୀ

ନୂଆଦିଲ୍ଲୀ: କିଛିଦିନ ହେବ ଦଳିତ ପରିବାର ଉପରେ ହେଉଥିବା ନିର୍ଯାତନା ଓ ହତ୍ୟା ଘଟଣାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ବିଜେପି ସରକାରଙ୍କୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ବିଜେପି ଶାସନ କାଳରେ ଦଳିତ ପରିବାରମାନେ ସୁରକ୍ଷିତ ନୁହଁନ୍ତି। ହରିୟାଣାର ଫରିଦାବାଦ ଜିଲ୍ଲା ସୁନପେଡ଼ ଗାଁରେ ଏକ ଦଳିତ ପରିବାରର ୪ ଜଣଙ୍କୁ  ଜିଅନ୍ତା ଜାଳି ଦିଆଯିବା ଘଟଣାକୁ ନେଇ ମାୟାବତୀ କହିଛନ୍ତି ଥାନାଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା। ପୋଲିସ ଉପସ୍ଥିତରେ ଏହି […]

mayawati_

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 09:58 AM IST

ନୂଆଦିଲ୍ଲୀ: କିଛିଦିନ ହେବ ଦଳିତ ପରିବାର ଉପରେ ହେଉଥିବା ନିର୍ଯାତନା ଓ ହତ୍ୟା ଘଟଣାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ବିଜେପି ସରକାରଙ୍କୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ବିଜେପି ଶାସନ କାଳରେ ଦଳିତ ପରିବାରମାନେ ସୁରକ୍ଷିତ ନୁହଁନ୍ତି।

ହରିୟାଣାର ଫରିଦାବାଦ ଜିଲ୍ଲା ସୁନପେଡ଼ ଗାଁରେ ଏକ ଦଳିତ ପରିବାରର ୪ ଜଣଙ୍କୁ  ଜିଅନ୍ତା ଜାଳି ଦିଆଯିବା ଘଟଣାକୁ ନେଇ ମାୟାବତୀ କହିଛନ୍ତି ଥାନାଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା। ପୋଲିସ ଉପସ୍ଥିତରେ ଏହି ଦଳିତ ପରିବାରର ଲୋକଙ୍କୁ ଜାଳି ଦିଆଗଲା। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏଥିରୁ ଲାଗୁଛି ବିଜେପିର ଦଳିତମାନଙ୍କ  ପ୍ରତି କୌଣସି ଚିନ୍ତା ନାହିଁ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସକୁ ମଧ୍ୟ ମାୟାବତୀ ସମାଲୋଚନା କରିଛନ୍ତି । ଉଚ୍ଚବର୍ଗର ଲୋକେ ଦଳିତମାନଙ୍କୁ ସବୁବେଳେ ଶୋଷଣ କରିଆସୁଛନ୍ତି । ଆଉ ହରିୟାଣା ସରକାର ଏପରି କାଣ୍ଡ ଘଟାଉଥିବା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି । କେନ୍ଦ୍ର ହେଉ କି ରାଜ୍ୟ ଦଳିତମାନେ ସବୁବେଳେ ଦଳିତମାନଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି ।

 

 

Related story