ଗିରଫ ହେଉ ହେଉ ବିଜୟ ମାଲ୍ୟାଙ୍କୁ ମିଳିଗଲା ଜାମିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ପୁଣି ଗିରଫ କରାଯାଇଛି।  ଋଣ ଖିଲାପ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଛି। ପୂର୍ବରୁ ମଧ୍ୟ ବିଜୟ ମାଲ୍ୟାଙ୍କୁ ଏପ୍ରିଲ ୧୮ରେ ଗିରଫ କରାଯାଇଥିଲା।  ଗତବର୍ଷ ମାର୍ଚ୍ଚ ମାସରେ ଭାରତରୁ ଫେରାର ହେବା ପରଠାରୁ ଲଣ୍ଡନରେ ରହୁଛନ୍ତି  ବିଜୟ ମାଲ୍ୟା। ଭାରତର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଠାରୁ ୯ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇଥିଲେ। ଋଣ ଟଙ୍କାକୁ […]

vijay_mallya_1507033510_618x347

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 02:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ପୁଣି ଗିରଫ କରାଯାଇଛି।  ଋଣ ଖିଲାପ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଛି। ପୂର୍ବରୁ ମଧ୍ୟ ବିଜୟ ମାଲ୍ୟାଙ୍କୁ ଏପ୍ରିଲ ୧୮ରେ ଗିରଫ କରାଯାଇଥିଲା।  ଗତବର୍ଷ ମାର୍ଚ୍ଚ ମାସରେ ଭାରତରୁ ଫେରାର ହେବା ପରଠାରୁ ଲଣ୍ଡନରେ ରହୁଛନ୍ତି  ବିଜୟ ମାଲ୍ୟା। ଭାରତର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଠାରୁ ୯ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇଥିଲେ। ଋଣ ଟଙ୍କାକୁ ସେ ବେଆଇନ ଭାବେ ଆମେରିକା, ଲଣ୍ଡନ, ଫ୍ରାନ୍ସ ଓ ଆୟର୍ଲାଣ୍ଡରେ ବିନିଯୋଗ କରିଥିବା ଜଣାପଡିଛି।  ଏନେଇ ନିକଟରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ତେଣୁ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ଦୁଇ ତଦନ୍ତକାରୀ ସଂସ୍ଥା ଲଣ୍ଡନ କୋର୍ଟରେ ତଥ୍ୟ ଦାଖଲ କରିପାରନ୍ତି।

Related story