ନୂଆଦିଲ୍ଲୀ: ଏନ୍ଏଏମ୍ ସମ୍ମିଳନୀରେ ଭାରତ ଏବଂ ପାକିସ୍ତାନକୁ ମୁହାଁମୁହିଁ ହେବାର ଆଜି ଦେଖିବାକୁ ମିଳିଛି। ପାକିସ୍ତାନ ୩୭୦ ଧାରା ଉଚ୍ଛେଦକୁ ବେଆଇନ ଏବଂ ଅନୈତିକ କହିଥିବାବେଳେ ଭାରତ କହିଛି ପାକିସ୍ତାନ ଆତଙ୍କବାଦର ଉତ୍ପତିସ୍ଥଳ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ଭାରତକୁ ଟାର୍ଗେଟ୍ କରୁଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାକିସ୍ତାନର ନାମ ନେବାରୁ ବିରତ ହୋଇଥାଏ। କିନ୍ତୁ ଏଥର ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏଥିରେ ପରିବର୍ତ୍ତନ ଆଣି ପଡ଼ୋଶୀ ଦେଶ ପାକିସ୍ତାନକୁ ଆତଙ୍କବାଦର ଉତ୍ପତି କେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦ କେବଳ ଅନ୍ତର୍ଜାତୀୟ ଶାନ୍ତି ବିରୋଧୀ ନୁହେଁ। ଏହା ଏନ୍ଏଏମ୍ ସମ୍ମିଳନୀର ଲକ୍ଷ୍ୟର ମଧ୍ୟ ବିରୋଧୀ।
ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭି ଏହା ପୂର୍ବରୁ କହିଥିଲେ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନିଷ୍ଠୁର ପଦକ୍ଷେପ। ବର୍ତ୍ତମାନ ଏହାର କୌଣସି ସ୍ଥାନ ନାହିଁ। ସେ କହିଥିଲେ କଶ୍ମିରୀଙ୍କ ସଂଗ୍ରାମ ସହ କୁଆଡ଼େ ଆତଙ୍କବାଦକୁ ଯୋଡ଼ାଯାଉଛି।