ଏନଡିଏକୁ ବାଏ ବାଏ କହିଲା ଆରଏଲପି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ଚାଷୀ ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ୩୨ ଦିନରେ ପହଞ୍ଚିଛି। ଏଯାଏ ବାହାରିନି ସମାଧାନର ବାଟ। ଏବେ ବି ଚାଷୀ ଦିଲ୍ଲୀ ସୀମାରେ ଶୀତ, କାକରରେ ପଡ଼ି ରହିଛନ୍ତି। ଏହାରି ଭିତରେ ଏନଡିଏକୁ ବାଏ ବାଏ କହିଛି ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି। କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ପୂର୍ବରୁ ଏନଡିଏ ଛାଡ଼ିବ ବୋଲି ଆରଏଲପି ମୁଖ୍ୟ ହନୁମାନ ବେନିଓ୍ୱାଲ ଚେତାବନୀ ଦେଇଥିଲେ। ରାଜସ୍ଥାନର ଏହି ଆଞ୍ଚଳିକ […]

hanuman-beniwal

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 06:08 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ଚାଷୀ ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ୩୨ ଦିନରେ ପହଞ୍ଚିଛି। ଏଯାଏ ବାହାରିନି ସମାଧାନର ବାଟ। ଏବେ ବି ଚାଷୀ ଦିଲ୍ଲୀ ସୀମାରେ ଶୀତ, କାକରରେ ପଡ଼ି ରହିଛନ୍ତି। ଏହାରି ଭିତରେ ଏନଡିଏକୁ ବାଏ ବାଏ କହିଛି ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି।

କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ପୂର୍ବରୁ ଏନଡିଏ ଛାଡ଼ିବ ବୋଲି ଆରଏଲପି ମୁଖ୍ୟ ହନୁମାନ ବେନିଓ୍ୱାଲ ଚେତାବନୀ ଦେଇଥିଲେ। ରାଜସ୍ଥାନର ଏହି ଆଞ୍ଚଳିକ ଦଳ କିଛି ଦିନ ତଳେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛି।

ରାଜସ୍ଥାନ ନାଗୌରର ସାଂସଦ ବେନିଓ୍ୱାଲା ଅଲଓ୍ୱାରା ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସମ୍ୱୋଧନ କରୁଥିଲେ। ଆଉ ଏହାପରେ ସେ ଏନଡିଏରୁ ଓହରିବା ବାବଦରେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଆରଏଲପିର ମାତ୍ର ଜଣେ ସାଂସଦ ଲୋକସଭାରେ ରହିଛନ୍ତି। ତିନି ଜଣ ବିଧାୟକ ରାଜସ୍ଥାନ ବିଧାନସଭାରେ ରହିଛନ୍ତି।

Related story