ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି। ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ସର୍ବାନନ୍ଦ ସୋନୋୱାଲ ଆସାମର ମୁଖ୍ୟମନ୍ତ୍ରୀ ହେବେ । ସେଥିପାଇଁ ମୁଁ ବହୁତ ଖୁସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି।
ସେ କହିଛନ୍ତି, “ବିଜେପି ଆସାମ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ଚେଷ୍ଟା କରିବ।”
ମୋଦି ଆହୁରି ମଧ୍ୟ କହିଛନ୍ତି, “ଆସାମର ବିଜେପି କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି। ଏହା ବିଜେପିର ଐତିହାସିକ ଜୟ ଅଟେ।”
ମୋଦି ନିର୍ବାଚିତ ପ୍ରାର୍ଥୀ ସର୍ବାନନ୍ଦ ସୋନୋୱାଲଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଛନ୍ତି।