ମୋଦିଙ୍କ ଜନ୍ମଦିନକୁ ସେବାଦିବସ ଭାବେ ପାଳନ କରିବ ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରିବ ବିଜେପି` ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ମହାସଚିବ ଅରୁଣ ସିଂ ସମସ୍ତ ସାଂସଦ, ବିଧାୟକ ଏବଂ ସାରା ଦେଶର ବରିଷ୍ଠ ନେତାମାନଙ୍କୁ ସର୍କୁଲାରର ଏକ କପି ପଠାଇଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କର ଜନ୍ମଦିନ। ସେହିଦିନ ନିଜ ନିଜ ଅଞ୍ଚଳର ସର୍ବସାଧାରଣ ସ୍ଥାନରେ ସଫେଇ, ମେଡିକାଲ କ୍ୟାମ୍ପର ଆୟୋଜନ ଏବଂ ବୃକ୍ଷରୋପଣ ଅଭିଯାନ କରିବାକୁ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 09:00 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରିବ ବିଜେପି` ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ମହାସଚିବ ଅରୁଣ ସିଂ ସମସ୍ତ ସାଂସଦ, ବିଧାୟକ ଏବଂ ସାରା ଦେଶର ବରିଷ୍ଠ ନେତାମାନଙ୍କୁ ସର୍କୁଲାରର ଏକ କପି ପଠାଇଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କର ଜନ୍ମଦିନ। ସେହିଦିନ ନିଜ ନିଜ ଅଞ୍ଚଳର ସର୍ବସାଧାରଣ ସ୍ଥାନରେ ସଫେଇ, ମେଡିକାଲ କ୍ୟାମ୍ପର ଆୟୋଜନ ଏବଂ ବୃକ୍ଷରୋପଣ ଅଭିଯାନ କରିବାକୁ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମୋଦି ତାଙ୍କର ଜନ୍ମଦିନରେ ବିଶ୍ୱର ସର୍ଦ୍ଦାର ସରୋବର ଡ୍ୟାମ୍‌ର ଉଦ୍‌ଘାଟନ କରିବଆ। ଏହା ହେବ ବିଶ୍ୱର ଦ୍ୱିତୀୟ ସର୍ବବୃହତ ସରୋବର। ଜନ୍ମଦିନ ପାଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ମାଆଙ୍କ ଆଶୀର୍ବାଦ ନେବାକୁ ଗୁଜରାଟର ଗାନ୍ଧୀନଗର ଯିବେ।

Related story