ରାହୁଲଙ୍କୁ ଭାଜପାର ପ୍ରଶ୍ନ: ହାଫିଜ୍‌ ସଇଦ୍‌କୁ ଶୁଭେଚ୍ଛା ଜଣାଇଛ ନା ନାହିଁ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କୁ ପାକ୍‌ ସରକାର ଗୃହବନ୍ଦୀରୁ ମୁକ୍ତ କରିଛନ୍ତି।  ଏହା ଭାରତ ପାଇଁ ନିଶ୍ଚିତ ଭାବେ ଏକ ଭଲ ଖବର ନୁହେଁ। ତେବେ ଏହାକୁ ନେଇ ଭାରତରେ ରାଜନୈତିକ ବିବାଦ ଦେଖାଦେଇଛି । ହାଫିଜ୍ ସଇଦକୁ ଏଯାବତ ସରକାର ଭାରତ ଆଣିବାକୁ ବିଫଳ ହୋଇଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଏହା ମୋଦିଙ୍କର ଏକ ବଡ଼ ବିଫଳତା ବୋଲି […]

rahulgandhi

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 10:00 AM IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କୁ ପାକ୍‌ ସରକାର ଗୃହବନ୍ଦୀରୁ ମୁକ୍ତ କରିଛନ୍ତି।  ଏହା ଭାରତ ପାଇଁ ନିଶ୍ଚିତ ଭାବେ ଏକ ଭଲ ଖବର ନୁହେଁ। ତେବେ ଏହାକୁ ନେଇ ଭାରତରେ ରାଜନୈତିକ ବିବାଦ ଦେଖାଦେଇଛି । ହାଫିଜ୍ ସଇଦକୁ ଏଯାବତ ସରକାର ଭାରତ ଆଣିବାକୁ ବିଫଳ ହୋଇଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଏହା ମୋଦିଙ୍କର ଏକ ବଡ଼ ବିଫଳତା ବୋଲି ସେ କହିଛନ୍ତି। ବିଜେପି ବି ଏହାର କଡ଼ା ଜବାବ ଦେଇଛି। ବିଜେପି ରାହୁଲଙ୍କୁ ବ୍ୟଙ୍ଗ କରି କହିଛି, ସେ ଏପର୍ଯ୍ୟନ୍ତ ହାଫିଜ୍ ସଇଦକୁ ଶୁଭେଚ୍ଛା ଜଣାଇଲେଣି ନା ନାହିଁ ପ୍ରଥମେ ସ୍ପଷ୍ଟ କରନ୍ତୁ।

ବିଜେପି ପକ୍ଷରୁ ଏଭଳି ବିବୃତି ଦିଆଯିବା ପରେ ଦୁଇ ଦଳ ମଧ୍ୟରେ ଜୋରଦାର କଥା କଟାକଟି ଆରମ୍ଭ ହୋଇଯାଇଛି। ବିଜେପି ଅଭିଯୋଗ କରିଛି ଯେ ରାହୁଲଙ୍କର ଆତଙ୍କବାଦୀଙ୍କ ପ୍ରତି ସମବେଦନା ରହିଛି ବୋଲି ଇଶରତ ଜହାଁନ ଓ ଅନ୍ୟ କିଛି ପ୍ରସଙ୍ଗରୁ ଜଣାପଡ଼ିସାରିଛି।

ଭାରତୀୟ ଭାବେ ଅନ୍ତତଃ ଏଭଳି (ହାଫିଜ୍‌ ସଇଦକୁ ଭାରତରେ ପ୍ରତ୍ୟାର୍ପଣ କରିବା) ପ୍ରସଙ୍ଗରେ ରାହୁଲ ସରକାରଙ୍କ କାନ୍ଧରେ କାନ୍ଧ ମିଶାନ୍ତୁ ବୋଲି ବିଜେପି କହିଛି।

 

Related story