ସାହୀନ୍‌ ବାଗ୍‌ ରାସ୍ତା ଖୋଲୁ ବୋଲି ବିଜେପି ଚାହୁଁନି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି, ବିଜେପି ଡାର୍ଟି ପଲିଟିକ୍ସ କରୁଛି। ଏହି ଦଳ ଶାହୀନ୍‌ ବାଗ୍‌ ରାସ୍ତା ବନ୍ଦ ରହୁ ବୋଲି ଚାହୁଁଥିବା ସେ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଶାହୀନ୍‌ ବାଗ୍ ଅଞ୍ଚଳରେ ରାସ୍ତା ବନ୍ଦ ହୋଇ ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜେପି ଚାହୁଁନି ଏହା ଖୋଲା ହେଉ। ବିଜେପି ନେତା ତୁରନ୍ତ ଶାହୀନ୍‌ ବଗ ଯିବା ଦରକାର ଏବଂ ଲୋକଙ୍କ ସହ ଆଲୋଚନା କରିବା […]

KEJRIWAL

Subrat Kumar Nayak
  • Published: Monday, 27 January 2020
  • , Updated: 27 January 2020, 06:08 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି, ବିଜେପି ଡାର୍ଟି ପଲିଟିକ୍ସ କରୁଛି। ଏହି ଦଳ ଶାହୀନ୍‌ ବାଗ୍‌ ରାସ୍ତା ବନ୍ଦ ରହୁ ବୋଲି ଚାହୁଁଥିବା ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, ଶାହୀନ୍‌ ବାଗ୍ ଅଞ୍ଚଳରେ ରାସ୍ତା ବନ୍ଦ ହୋଇ ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜେପି ଚାହୁଁନି ଏହା ଖୋଲା ହେଉ। ବିଜେପି ନେତା ତୁରନ୍ତ ଶାହୀନ୍‌ ବଗ ଯିବା ଦରକାର ଏବଂ ଲୋକଙ୍କ ସହ ଆଲୋଚନା କରିବା ଦରକାର। ବିଜେପି ନେତାମାନେ ରାସ୍ତା ଖୋଲା କରାଇବା ଦରକାର ବୋଲି ସେ କହିଛନ୍ତି।

ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ କିଛି ଲୋକ ଶାହୀନ୍‌ ବାଗରେ ଗତ ଏକ ମାସ ଧରି ଆନ୍ଦୋଳନ ଜାରି ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହା ପୂର୍ବରୁ ରବିଶଙ୍କର ପ୍ରସାଦ କହିଥିଲେ, କେଜ୍ରିୱାଲ ଏହି ପ୍ରସଙ୍ଗରେ ଚୁପ ଅଛନ୍ତି।

ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କିଛି ଶହ ଲୋକ ଶାନ୍ତିପୂର୍ଣ୍ଣ ବୃହତ ସଂଖ୍ୟାର ଲୋକଙ୍କ ସ୍ୱରକୁ ଚାପିବାର ଶାହୀନ ବାଗ ପ୍ରସଙ୍ଗ ବଢ଼ିବାରେ ଲାଗିଛି। ଏହା ହିଁ ଶାହୀନ୍‌ ବାଗର ପ୍ରକୃତ ମୁହଁ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶ ସବୁକିଛି ଦେଖୁଛି। ରାହୁଲ ଗାନ୍ଧି ଏବଂ କେଜ୍ରିୱାଲ ଏହାକୁ ନେଇ ଚୁପ ଅଛନ୍ତି।

Related story