ବିଜେପିରୁ ପ୍ରାର୍ଥୀ ହୋଇ ପରାସ୍ତ ହେଲେ ଗୁଜରାଟର ଏହି ପୂର୍ବତନ କଂଗ୍ରେସ ନେତା

ଅହମଦାବାଦ: ଗୁଜରାଟର ୬ଟି ବିଧାନସଭା ଆସନର ଉପନିର୍ବାଚନ ହୋଇଥିଲା। କଂଗ୍ରେସ ଓ ବିଜେପି ୩ଟି ଆସନରେ ବିଜୟୀ ହୋଇଛନ୍ତି। ରଧନପୁର ବିଜେପି ବିଧାୟକ ପ୍ରାର୍ଥୀ ଅଳ୍ପେଶ ଠାକୁର ତାଙ୍କର ପୂର୍ବତନ ଦଳର ପ୍ରାର୍ଥୀ ଦେଶାଇ ରଘୁଭାଇଙ୍କ ପାଖରୁ ପରାସ୍ତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଅଳ୍ପେଶ ଠାକୁର ବିଧାୟକ ପଦବୀ ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜେପିରେ ମିଶିଥିଲେ। ଏହି ଉପନିର୍ବାଚନରେ ଅଳ୍ପେଶଙ୍କ ଉପରେ ନଜର ରଖିଥିଲା କଂଗ୍ରେସ। ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ଅଳ୍ପେଶ […]

bjp congress

Subhransu Sekhar
  • Published: Thursday, 24 October 2019
  • , Updated: 24 October 2019, 09:30 PM IST

ଅହମଦାବାଦ: ଗୁଜରାଟର ୬ଟି ବିଧାନସଭା ଆସନର ଉପନିର୍ବାଚନ ହୋଇଥିଲା। କଂଗ୍ରେସ ଓ ବିଜେପି ୩ଟି ଆସନରେ ବିଜୟୀ ହୋଇଛନ୍ତି। ରଧନପୁର ବିଜେପି ବିଧାୟକ ପ୍ରାର୍ଥୀ ଅଳ୍ପେଶ ଠାକୁର ତାଙ୍କର ପୂର୍ବତନ ଦଳର ପ୍ରାର୍ଥୀ ଦେଶାଇ ରଘୁଭାଇଙ୍କ ପାଖରୁ ପରାସ୍ତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଅଳ୍ପେଶ ଠାକୁର ବିଧାୟକ ପଦବୀ ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜେପିରେ ମିଶିଥିଲେ।

ଏହି ଉପନିର୍ବାଚନରେ ଅଳ୍ପେଶଙ୍କ ଉପରେ ନଜର ରଖିଥିଲା କଂଗ୍ରେସ। ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ଅଳ୍ପେଶ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପାଖରୁ ତଳେ ଚାଲିଥିଲେ। ଶେଷ ଯାଏ ମଧ୍ୟ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଥିଲା।

ଅଳ୍ପେଶ ହାରିବା ପରେ ରାଜ୍ୟ କଂଗ୍ରେସ ସଭାପତି ଅମିତ ଚାବଡା କହିଥିଲେ, ଦଳ ବଦଳକାରୀଙ୍କୁ ଜନତା ଉଚିତ ଜବାବ ଦେଇଛନ୍ତି। ଅନ୍ୟପଟେ ଅଳ୍ପେଶ ପରାଜୟ ପାଇଁ ଜାତିଗତ ରାଜନୀତିକୁ ଦାୟୀ କରିଛନ୍ତି।

Related story