ଉମା ଭାରତୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା କଥା ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ସମସ୍ତଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ତିନି ଦିନ ଧରି ମୋତେ ଜ୍ୱର ଲାଗି ରହିଥିଲା। ନିୟମ ଅନୁଯାୟୀ ମୁଁ ମୋର କରୋନା ଟେଷ୍ଟ କରିଥିଲି। ଏହା ପଜିଟିଭ ଆସିଛି। ବର୍ତ୍ତମାନ ମୁଁ ହରିଦ୍ୱାର ଓ ହୃଷିକେଶ ମଧ୍ୟରେ ଥିବା ବନ୍ଦେ […]

u

Hemant Lenka
  • Published: Sunday, 27 September 2020
  • , Updated: 27 September 2020, 03:50 PM IST

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା କଥା ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୁଁ ସମସ୍ତଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ତିନି ଦିନ ଧରି ମୋତେ ଜ୍ୱର ଲାଗି ରହିଥିଲା। ନିୟମ ଅନୁଯାୟୀ ମୁଁ ମୋର କରୋନା ଟେଷ୍ଟ କରିଥିଲି। ଏହା ପଜିଟିଭ ଆସିଛି। ବର୍ତ୍ତମାନ ମୁଁ ହରିଦ୍ୱାର ଓ ହୃଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ କୁଞ୍ଜରେ କ୍ୱାରେଣ୍ଟାଇନରେ ରହିଛି।

ଆଉ ୪ ଦିନ ପରେ ମୁଁ ପୁଣିଥରେ କରୋନା ଟେଷ୍ଟ କରିବି। ଯଦି ସ୍ଥିତି ପୂର୍ବଭଳି ଲାଗି ରହେ, ତା’ହେଲେ ଡାକ୍ତରଙ୍କ ପରାମର୍ଶ ନେବି। ଯେଉଁମାନେ ଏହି କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସମସ୍ତେ ଦୟାକରି ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଉମା ପରାମର୍ଶ ଦେଇଛନ୍ତି।

Related story