ବିଜେପିରେ ମିଶିଲେ ୩୦ଲକ୍ଷ ମୁସଲମାନ୍

ଲକ୍ଷ୍ନୌ: ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ୩୦ ଲକ୍ଷ ମୁସଲମାନ୍। ଏ ସୂଚନା ଦେଇଛନ୍ତି ଦଳର ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଅବଦୁଲ ରଶୀଦ ଅନସାରୀ। ଏହି ଅଗ୍ରଗତିରେ ବିଜେପିର କେନ୍ଦ୍ରୀୟ ନେତୃବର୍ଗ ଖୁସି ଜାହିର କରିଛନ୍ତି। କାରଣ ସଂଖ୍ୟାଲଘୁଙ୍କ ଦଳ ପ୍ରତି ଯେଉଁ ମନୋଭାବ ରହି ଆସିଛି ତାହାକୁ ବଦଳାଇ ଅଧିକରୁ ଅଧିକ ସେମାନଙ୍କ ନିକଟତର ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରୟାସ କରୁଛନ୍ତି, ତାହା ସଫଳ ହେଉଛି ବୋଲି ଦଳୀୟ ନେତାମାନେ ଅନୁଭବ କରୁଛନ୍ତି। […]

bjp membership

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 11:33 AM IST

ଲକ୍ଷ୍ନୌ: ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ୩୦ ଲକ୍ଷ ମୁସଲମାନ୍। ଏ ସୂଚନା ଦେଇଛନ୍ତି ଦଳର ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଅବଦୁଲ ରଶୀଦ ଅନସାରୀ। ଏହି ଅଗ୍ରଗତିରେ ବିଜେପିର କେନ୍ଦ୍ରୀୟ ନେତୃବର୍ଗ ଖୁସି ଜାହିର କରିଛନ୍ତି। କାରଣ ସଂଖ୍ୟାଲଘୁଙ୍କ ଦଳ ପ୍ରତି ଯେଉଁ ମନୋଭାବ ରହି ଆସିଛି ତାହାକୁ ବଦଳାଇ ଅଧିକରୁ ଅଧିକ ସେମାନଙ୍କ ନିକଟତର ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରୟାସ କରୁଛନ୍ତି, ତାହା ସଫଳ ହେଉଛି ବୋଲି ଦଳୀୟ ନେତାମାନେ ଅନୁଭବ କରୁଛନ୍ତି।
ଏହି ୩୦ ଲକ୍ଷ୍ୟ ମୁସଲମାନ୍ ସଦସ୍ୟଙ୍କ ମଧ୍ୟରୁ କେବଳ ମଧ୍ୟପ୍ରଦେଶର ୪ ଲକ୍ଷ ରହିଛନ୍ତି। ସେହିପରି ଗୁଜୁରାଟର ୨.୬ ଲକ୍ଷ ମୁସଲମାନ୍, ଦିଲ୍ଲୀରେ ୨.୫ ଲକ୍ଷ, ପଶ୍ଚିମ ବଙ୍ଗରେ ୨.୩ ଲକ୍ଷ, ରାଜସ୍ଥାନରେ ୨ ଲକ୍ଷ ଓ ଆସାମରେ ୨ ଲକ୍ଷରୁ ଅଧିକ ମୁସଲମାନ ବିଜେପିରେ ଯୋଗ ଦେଇଛନ୍ତି।

ଉତ୍ତର ପ୍ରଦେଶ ବିଜେପିର ସଂଖ୍ୟାଲଘୁ ସେଲ୍ ରୁମାନା ସିଦ୍ଦିକି କହିଛନ୍ତି ଯେ ରାଜ୍ୟରେ କେବେ ବି ଦଳର ମୁସଲମାନ ସଦସ୍ୟଙ୍କ ସଂଖ୍ୟା ଏକ ଲକ୍ଷ ଟପି ନଥିଲା। କିନ୍ତୁ ଏ ବର୍ଷ ରାଜ୍ୟରେ ବିଜେପିର ମୁସଲମାନ ସଭ୍ୟଙ୍କ ସଂଖ୍ୟା ୧ଲକ୍ଷ ୭୫ ହଜାର ଟପି ଯାଇଛି। ଏପରିକି ୨୦୧୩ରେ ସାଂପ୍ରଦାୟିକ ହିଂସାର ଶିକାର ହୋଇଥିବା ମୁଜାଫରନଗରରେ ୧୫,୦୦୦ ମୁସଲମାନ ବିଜେପିରେ ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ୩୦ ଜଣିଆ ମୁସଲମାନ୍ ପ୍ରତିନିଧି ଭେଟିବାର ଦିନକ ପରେ ଦଳର ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି। ପୁଣି କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମୁସଲମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ତାଙ୍କୁ ତାଙ୍କର କାର୍ଯ୍ୟଧାରା ଓ ପ୍ରଦର୍ଶନରୁ ମାପନ୍ତୁ। ସେହିଭଳି ସଂଖ୍ୟାଲଘୁଙ୍କ ବିରୋଧରେ ସଂଘ ଓ ଭାଜପାର କେତେକ ନେତା ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବି ସେ କହିଥିଲେ।

Related story