ବିଜେପି ସାଂସଦ ଓ ବିଧାୟକଙ୍କ ବ୍ୟାଙ୍କ ତଥ୍ୟ ଦାଖଲ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ କଡ଼ା ପଦକ୍ଷେପ ଉଠାଇଛନ୍ତି। ଏଥରର ପଦକ୍ଷେପ ଭାରତୀୟ ଜନତା ପାର୍ଟିର ସବୁ ସାଂସଦ ଏବଂ ବିଧାୟକମାନଙ୍କ ବ୍ୟାଙ୍କ ଟ୍ରାନଜାକ୍ସନକୁ ନେଇ କରାଯାଛି। ଭାରତୀୟ ଜନତାପାର୍ଟିର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ୮ ନେଭେମ୍ବର ଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ବ୍ୟାଙ୍କ କାରବାର ତଥ୍ୟ ଜାନୁଆରୀ ୧ ସୁଦ୍ଧା ବିଜେପି ସଭାପତି ଅମିତ ଶାହଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ […]

modi

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 01:45 PM IST

ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ କଡ଼ା ପଦକ୍ଷେପ ଉଠାଇଛନ୍ତି। ଏଥରର ପଦକ୍ଷେପ ଭାରତୀୟ ଜନତା ପାର୍ଟିର ସବୁ ସାଂସଦ ଏବଂ ବିଧାୟକମାନଙ୍କ ବ୍ୟାଙ୍କ ଟ୍ରାନଜାକ୍ସନକୁ ନେଇ କରାଯାଛି। ଭାରତୀୟ ଜନତାପାର୍ଟିର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ୮ ନେଭେମ୍ବର ଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ବ୍ୟାଙ୍କ କାରବାର ତଥ୍ୟ ଜାନୁଆରୀ ୧ ସୁଦ୍ଧା ବିଜେପି ସଭାପତି ଅମିତ ଶାହଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପଦକ୍ଷେପ ଦ୍ୱାରା ବିଜେପି ନେତାମାନଙ୍କ ନିକଟରେ କୌଣସି ପ୍ରକାର କଳାଧନ ନାହିଁ ବୋଲି ପ୍ରଧାନମମନ୍ତ୍ରୀ ପ୍ରମାଣ କରିବାକୁ ଯାଉଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟର ମାଧ୍ୟମରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ୮ ନଭେମ୍ବର ନୁହେଁ ବରଂ ୬ମାସ ପୂର୍ବରୁ କରାଯାଇଥିବା ସମସ୍ତ ବ୍ୟାଙ୍କ ତଥ୍ୟ ମାଗିବା ଉଚିତ୍।

Related story