‘ରାହୁଲଙ୍କୁ କୁଣ୍ଢାଇଲେ ଆମ ସ୍ତ୍ରୀମାନେ ଆମକୁ ଛାଡ଼ପତ୍ର ଦେଇ ଦେବେ’

ନୂଆଦିଲ୍ଲୀ: “ହଁ, ରାହୁଲ ଗାନ୍ଧିଙ୍କୁ ଆଲିଙ୍ଗନ କରିବାକୁ ଆମକୁ ଡର ଲାଗୁଛି। କାରଣ ଏହା ପରେ ଆମ ପତ୍ନୀମାନେ ଆମକୁ ଛାଡ଼ପତ୍ର ଦେଇପାରନ୍ତି। ଏବେ ବି ୩୭୭ ଧାରା ରଦ୍ଦ ହୋଇନି। ଯଦି ରାହୁଲ ଗାନ୍ଧି ବାହା ହୋଇଯିବେ, ତା’ହେଲେ ଆମେ ତାଙ୍କୁ ଆଲିଙ୍ଗନ କରିବୁ।” ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ଘଟଣାରେ ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି […]

rahul

Rakesh Mallick
  • Published: Friday, 27 July 2018
  • , Updated: 27 July 2018, 10:15 AM IST

ନୂଆଦିଲ୍ଲୀ: “ହଁ, ରାହୁଲ ଗାନ୍ଧିଙ୍କୁ ଆଲିଙ୍ଗନ କରିବାକୁ ଆମକୁ ଡର ଲାଗୁଛି। କାରଣ ଏହା ପରେ ଆମ ପତ୍ନୀମାନେ ଆମକୁ ଛାଡ଼ପତ୍ର ଦେଇପାରନ୍ତି। ଏବେ ବି ୩୭୭ ଧାରା ରଦ୍ଦ ହୋଇନି। ଯଦି ରାହୁଲ ଗାନ୍ଧି ବାହା ହୋଇଯିବେ, ତା’ହେଲେ ଆମେ ତାଙ୍କୁ ଆଲିଙ୍ଗନ କରିବୁ।” ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ଘଟଣାରେ ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ସାଂସଦମାନଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ସେମାନେ ଏବେ ତାଙ୍କୁ ଦେଖିଲେ ଦୁଇ ହାତ ପଛକୁ ଘୁଞ୍ଚି ଯାଉଛନ୍ତି। କାରଣ ସେମାନେ ଭାବୁଛନ୍ତି ଯେ ସେ ସେମାନଙ୍କୁ ବି ଆଲିଙ୍ଗନ କରିନେବେ। ରାହୁଲଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

ରାହୁଲଙ୍କ ଜଣେ ବନ୍ଧୁ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବାକୁ ରାହୁଲ ତିନି ଚାରି ମାସ ତଳେ ଯୋଜନା କରିଥିଲେ।  ମୋଦି ସବୁବେଳେ ଗାନ୍ଧି ପରିବାର ଓ ସୋନିଆ ଗାନ୍ଧିଙ୍କୁ ସମାଲୋଚନା କରୁଥିବାରୁ ସେ ଏମିତି ନିଷ୍ପତ୍ତି ନେଇଥିଲେ। ମୋଦିଙ୍କ ରାଗ, ସମାଲୋଚନା ଓ ଘୃଣାକୁ କାଉଣ୍ଟର୍‌ କରିବାକୁ ସେ ଏହି ଉପାୟ ଆପଣାଇଥିଲେ।”

ଏକ କାର୍ଯ୍ୟକ୍ରମ ଅବସରରେ ରାହୁଲ କହିଥିଲେ,“ ଆପଣ ନିଜର ସମସ୍ତ ଶକ୍ତି ଖଟାଇ ଅନ୍ୟ ଜଣଙ୍କ ସହିତ ଲଢ଼ିପାରନ୍ତି। ତେବେ ଆପଣ ତାଙ୍କୁ ଘୃଣା କରିବେ କି ନାହିଁ ତାହା ସଂପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ। ଏହାକୁ ବୁଝିବା ବହୁତ ଜରୁରୀ। ମୋ’ଠାରୁ ଲାଲକୃଷ୍ଣ ଆଡ଼ଭାନୀଙ୍କ ବିଚାରଧାରା ପୂରା ଅଲଗା। ପ୍ରତି ପାଦରେ ମୁଁ ତାଙ୍କ ସହିତ ଲଢ଼ି ପାରିବି। କିନ୍ତୁ ଏହା ଜରୁରୀ ନୁହେଁ ଯେ ସେଥିପାଇଁ ମୁଁ ତାଙ୍କୁ ଘୃଣା କରିବି।”

Related story