ବିରୋଧୀଙ୍କୁ ସମାନତାର ପାଠ ପଢ଼ାଇଲେ ଲଦାଖ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ ଦେବା ସହ ବିରୋଧୀଙ୍କୁ ଲଦାଖର ଅସଲି ଚିତ୍ର ଦେଖାଇଛନ୍ତି ବିଜେପି ସାଂସଦ ଜାମ୍ୟାଂ ଶେରିଂ ନାମୟାଲ୍। ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଲଦାଖବାସୀଙ୍କ ସମର୍ଥନ ରହିଛି ବୋଲି କହିବା ସହ ଆଜି ସଂସଦରେ ଏହାର କାରଣ ବାବଦରେ ସ୍ପଷ୍ଟ କରିଛନ୍ତି। https://www.facebook.com/otvnews/videos/382082992499128/ ସେ ଆଜିର ଏହି ଭାଷଣରେ କହିଥିଲେ, ଆମେ ଆରମ୍ଭରୁ କହି ଆସୁଛୁ ଆମକୁ ଜମ୍ମୁକଶ୍ମୀର ସହିତ ନ ରଖାଯାଉ। କିନ୍ତୁ […]

shering

Subrat Kumar Nayak
  • Published: Tuesday, 06 August 2019
  • , Updated: 06 August 2019, 06:54 PM IST

ନୂଆଦିଲ୍ଲୀ: ସଂସଦରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ ଦେବା ସହ ବିରୋଧୀଙ୍କୁ ଲଦାଖର ଅସଲି ଚିତ୍ର ଦେଖାଇଛନ୍ତି ବିଜେପି ସାଂସଦ ଜାମ୍ୟାଂ ଶେରିଂ ନାମୟାଲ୍। ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଲଦାଖବାସୀଙ୍କ ସମର୍ଥନ ରହିଛି ବୋଲି କହିବା ସହ ଆଜି ସଂସଦରେ ଏହାର କାରଣ ବାବଦରେ ସ୍ପଷ୍ଟ କରିଛନ୍ତି।
https://www.facebook.com/otvnews/videos/382082992499128/

ସେ ଆଜିର ଏହି ଭାଷଣରେ କହିଥିଲେ, ଆମେ ଆରମ୍ଭରୁ କହି ଆସୁଛୁ ଆମକୁ ଜମ୍ମୁକଶ୍ମୀର ସହିତ ନ ରଖାଯାଉ। କିନ୍ତୁ ଆମ କଥା ଶୁଣାଗଲାନି ଏବଂ ବିକାଶ ବାଧାପ୍ରାପ୍ତ ହେଲା। ମୁଁ କାର୍ଗିଲରୁ ଆସିଛି ଏବଂ ଗର୍ବର ସହିତ କହୁଛି, ଆମେ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଭୋଟ୍‌ ଦେଇଛୁ।

ଶେରିଂ ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଥିଲେ, ମୁଁ ପୂରା ଚର୍ଚ୍ଚା ଶୁଣୁଥିଲି। କିଛି ଲୋକ ଲେହ, ଲଦାଖ ଏବଂ କାର୍ଗିଲ କଥା କହୁଥିଲେ। ପ୍ରକୃତରେ ଏମାନେ କ’ଣ ଲଦାଖକୁ ଜାଣନ୍ତି। ସେମାନେ ହିଁ ଦିନେ କହୁଥିଲେ, ଲଦାଖରେ ଟିକେ ଘାସ ବି ଉଠେନି। ଏମାନେ କ’ଣ ଲଦାଖର ଭାଷା, ସଂସ୍କୃତି, ଚାଲିଚଳଣ ଏବଂ ଦୁର୍ଗମ ଅଞ୍ଚଳ ବିଷୟରେ ଜାଣନ୍ତି? ଏମାନେ କେବଳ ବହିରୁ ପଢ଼ି ଲଦାଖକୁ ଜାଣନ୍ତି।

ସମାନତାର କଥା କହୁଥିବା ଲୋକେ କଶ୍ମୀର ସହିତ ଲଦାଖକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି କି ବୋଲି ସେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଲଦାଖ ପାଇଁ ଆସୁଥିବା ଟଙ୍କା କଶ୍ମୀରରେ ଖର୍ଚ୍ଚ କରି ଏମାନେ ସମାନତା କଥା କହୁଛନ୍ତି। ନିଯୁକ୍ତି ଏବଂ ଅନ୍ୟ ସୁବିଧା ଜମ୍ମୁର ଲୋକେ ଅତି କଷ୍ଟରେ ଲଢ଼ିକରି ନେଇଯାଇ ପାରୁଛନ୍ତି ହେଲେ ଆମକୁ ନିରାଶ ହେବାକୁ ପଡ଼ୁଛି।

ବିଶ୍ୱବିଦ୍ୟାଳୟ ବାବଦରେ ସେ କହିଥିଲେ, କଶ୍ମୀରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେଲା। ଏହା ପରେ ଜମ୍ମୁବାସୀ ଲଢ଼େଇ କରି ଶେଷରେ ବିଶ୍ୱବିଦ୍ୟାଳୟ ନେଇଯାଇ ପାରିଲେ। କିନ୍ତୁ ଶେରିଂ ଛାତ୍ରନେତା ଥିବା ସମୟରେ ଲଦାଖବାସୀ ବିଶ୍ୱବିଦ୍ୟାଳୟ ପାଇଁ ଦାବି କରିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଯାଇ ଲଦାଖକୁ ମଧ୍ୟ ବିଶ୍ୱବିଦ୍ୟାଳୟ ମିଳିଥିବା ସେ କହିଥିଲେ।

Related story