କୋଭିଡରେ ଚାଲିଗଲେ ବିଜେପି ସାଂସଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କର ଆଜି ଦେହାନ୍ତ ହୋଇଛି। ସେ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅଶୋକ ଗାସ୍ତିଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଲେଖିଛନ୍ତି, ରାଜ୍ୟସଭା ସାଂସଦ ଅଶୋକ ଗସ୍ତୀଙ୍କ ଦେହାନ୍ତରେ ମୁଁ ମର୍ମାହତ। ସେ ଜଣେ ନମ୍ର ବ୍ୟକ୍ତିତ୍ୱ ଥିଲେ। ଏଭଳି ପୃଷ୍ଠଭୂମିରୁ ଆସି ସେ ନିଜ […]

ashok gasti

Subhransu Sekhar
  • Published: Thursday, 17 September 2020
  • , Updated: 17 September 2020, 06:56 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କର ଆଜି ଦେହାନ୍ତ ହୋଇଛି। ସେ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅଶୋକ ଗାସ୍ତିଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଲେଖିଛନ୍ତି, ରାଜ୍ୟସଭା ସାଂସଦ ଅଶୋକ ଗସ୍ତୀଙ୍କ ଦେହାନ୍ତରେ ମୁଁ ମର୍ମାହତ। ସେ ଜଣେ ନମ୍ର ବ୍ୟକ୍ତିତ୍ୱ ଥିଲେ। ଏଭଳି ପୃଷ୍ଠଭୂମିରୁ ଆସି ସେ ନିଜ ଲୋକଙ୍କ ନେତା ହୋଇଥିଲେ। ସେ ଅତ୍ୟନ୍ତ ପରିଶ୍ରମୀ ଏବଂ ସମାଜ ସେବା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି, ରାଜ୍ୟସଭା ସାଂସଦ ଶ୍ରୀ ଅଶୋକ ଗସ୍ତିଙ୍କର ବିୟୋଗରେ ମୁଁ ଆଶ୍ଚର୍ଯ୍ୟ। ସାମାଜିକ ସେବା ପ୍ରତି ତାଙ୍କର ଆଗ୍ରହ ପାଇଁ ସେ ଜଣାଶୁଣା। ସେ ବିଜେପିକୁ ମଜବୁତ କରିବା ପାଇଁ ତଳ ସ୍ତରରେ କାର୍ଯ୍ୟ କରିଥିଲେ।

ଜମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଲେଖିଛନ୍ତି, 'ରାଜ୍ୟସଭା ସାଂସଦ ଅଶୋକ ଗସ୍ତିଙ୍କର ଅକାଳ ବିୟୋଗ ମର୍ମାହତ କରିଛି। ସେ ନିଜ ଜୀବନକୁ ଲୋକମାନଙ୍କ ପାଇଁ ଉତ୍ସର୍ଗ କରିଥିଲେ ଏବଂ ଦେଶ ପାଇଁ ଅନେକ କାମରେ କାର୍ଯ୍ୟ କରିଥିଲେ।

Related story