ଦଳ ଛାଡ଼ିବା ପରେ ସ୍ତ୍ରୀ ପାଇଲେ ଛାଡପତ୍ର ଧମକ

କୋଲକାତା: ରାଜନୀତିରେ କେହି କାହାର ନୁହେଁ। ବାପ-ପୁଅ ହେଉ ଅବା ଭାଇ-ଭାଇ। ଏବେ କିନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରିଛି ରାଜନୀତି। ଯାହାକି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ବିଜେପି ସାଂସଦ ସୌମିତ୍ର ଖାନଙ୍କ ସ୍ତ୍ରୀ ସୁଜାତା ମଣ୍ଡଳ ଟିଏମସିରେ ସାମିଲ୍ ହୋଇଛନ୍ତି। ଏହାପରେ ବିଜେପି ସାଂସଦ ସୁଜାତାଙ୍କୁ ଛାଡ଼ପତ୍ର ଧମକ ଦେଇଛନ୍ତି। ସୌମିତ୍ର କହିଛନ୍ତି, “ଏହା ବ୍ୟକ୍ତିଗତ ମାମଲା। ତିନି ମାସ ମଧ୍ୟରେ ଛାଡପତ୍ର ନୋଟିସ୍ ପଠାଇବି। ସୁଜାତା ମୋ ସ୍ତ୍ରୀ ବୋଲି ଲୋକେ ଚିହ୍ନିଛନ୍ତି। […]

sujata-khan

Subhransu Sekhar
  • Published: Monday, 21 December 2020
  • , Updated: 21 December 2020, 05:47 PM IST

କୋଲକାତା: ରାଜନୀତିରେ କେହି କାହାର ନୁହେଁ। ବାପ-ପୁଅ ହେଉ ଅବା ଭାଇ-ଭାଇ। ଏବେ କିନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରିଛି ରାଜନୀତି। ଯାହାକି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ବିଜେପି ସାଂସଦ ସୌମିତ୍ର ଖାନଙ୍କ ସ୍ତ୍ରୀ ସୁଜାତା ମଣ୍ଡଳ ଟିଏମସିରେ ସାମିଲ୍ ହୋଇଛନ୍ତି। ଏହାପରେ ବିଜେପି ସାଂସଦ ସୁଜାତାଙ୍କୁ ଛାଡ଼ପତ୍ର ଧମକ ଦେଇଛନ୍ତି।

ସୌମିତ୍ର କହିଛନ୍ତି, “ଏହା ବ୍ୟକ୍ତିଗତ ମାମଲା। ତିନି ମାସ ମଧ୍ୟରେ ଛାଡପତ୍ର ନୋଟିସ୍ ପଠାଇବି। ସୁଜାତା ମୋ ସ୍ତ୍ରୀ ବୋଲି ଲୋକେ ଚିହ୍ନିଛନ୍ତି। ଆଗକୁ ମୋ ଟାଇଟେଲ ‘ଖାନ୍’ ନଗାଇବା ଉଚିତ୍ ହେବ। ପ୍ରତି ମାସ କିନ୍ତୁ ସୁଜାତାଙ୍କୁ ୭୦ ହଜାର ଟଙ୍କା ଦେବି। ଆଗକୁ ବିଜେପିର କର୍ମୀ ହୋଇ ବଞ୍ଚିବି। ମୁଁ ତୁମ ମନରେ ଆଘାତ ଦେବାକୁ ଚାହୁଁନି। ମୁଁ ପୁଲିସ କେସରେ ଫଶିଥିବା ବେଳେ ତୁମେ ମୋତେ ସହଯୋଗ କରିଥିଲ। ଏବେ ବି ମୁଁ ତୁମକୁ ଭଲ ପାଉଛି”।

ଆଜି ସକାଳେ ସୌମିତ୍ରଙ୍କ ସ୍ତ୍ରୀ ସୁଜାତା ମଣ୍ଡଳ ଖାନ୍ ଟିଏମସିରେ ସାମିଲ୍ ହୋଇଛନ୍ତି। ଟିଏମସି ନେତା ସୌଗତ ରୟ ଏବଂ କୁଣାଳ ଘୋଷଙ୍କ ଉପସ୍ଥିତିରେ ସୁଜାତା ଟିଏମସିରେ ସାମିଲ୍ ହୋଇଛନ୍ତି। ବିଜେପି ଟିକେଟରୁ ସୌମିତ୍ର ଲୋକସଭା ନିର୍ବାଚନ ଲଢ଼ିବା ବେଳେ ସଜାତା ତାଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ।

ଆଜି କିନ୍ତୁ ଟିଏମସିରେ ସାମିଲ୍ ହେବା ବେଳେ କହିଥିଲେ ଏବେ ସେ ଖୁସି। ବିଜେପିରେ ଥିବା ବେଳେ ଅନେକ ଖରାପ କାମ କରିବାକୁ କୁହାଯାଉଥିଲା। ଯାହା ତାଙ୍କ ଇଚ୍ଛା ବିରୋଧରେ ଥିଲା ବୋଲି ସୁଜାତା କହିଥିଲେ।

ସୂଚନାଯୋଗ୍ୟ, ନିକଟରେ ଟିଏମସିରୁ ଅନେକ ନେତା ଏବେ ବିଜେପି ମୁହାଁ ସାମିଲ୍ ହୋଇଛନ୍ତି। ଏବେ ଟିଏମସି ବିଜେପି ସାଂସଦଙ୍କ ସ୍ତ୍ରୀକୁ ନିଜ ପକ୍ଷରେ ଆଣିବାରେ ସକ୍ଷମ ହୋଇଛନ୍ତି। ହେଲେ ବିଜେପି ସାଂସଦ ସୌମିତ୍ରଙ୍କ ଛାଡପତ୍ର ଧମକ ସୁଜାତାଙ୍କ ପାଇଁ ଝଟକା ସାବ୍ୟସ୍ତ ହୋଇଛି।

Related story