ମମତାଙ୍କ ଗଡ଼ ଅଧା ଗେରୁଆ, ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ବିଜେପିର ନଜର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ଜନାଦେଶ ମିଳିଛି। ଯେଉଁ ଯେଉଁ ସ୍ଥାନରେ ନିଜର ସ୍ଥିତି ନଥିଲା, ସେହି ସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଛି। ପଶ୍ଚିମବଙ୍ଗ, ଓଡ଼ିଶା ଭଳି ରାଜ୍ୟରେ ବିଜେପିର ସ୍ଥିତି ଭଲ ନଥିଲା ହେଲେ କଳେବଳେ କୌଶଳେ ବିଜେପି ଏହି ଦୁଇଟି ରାଜ୍ୟରେ ପୂର୍ବ ଅପେକ୍ଷା ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି। ଓଡ଼ିଶାରେ ୮ଟି ଲୋକସଭା ଆସନ ଓ ପଶ୍ଚିମବଙ୍ଗରେ ୧୮ଟି ଆସନ ବିଜେପି ଜିତିଛି, ଯାହା ୨୦୧୪ ତୁଳନାରେ ଢେର ଅଧିକ। […]

CHANDRABABU NAIDU WITH SON LOKESH WHILE NOMINATION

Subhransu Sekhar
  • Published: Tuesday, 04 June 2019
  • , Updated: 04 June 2019, 02:26 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ଜନାଦେଶ ମିଳିଛି। ଯେଉଁ ଯେଉଁ ସ୍ଥାନରେ ନିଜର ସ୍ଥିତି ନଥିଲା, ସେହି ସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଛି। ପଶ୍ଚିମବଙ୍ଗ, ଓଡ଼ିଶା ଭଳି ରାଜ୍ୟରେ ବିଜେପିର ସ୍ଥିତି ଭଲ ନଥିଲା ହେଲେ କଳେବଳେ କୌଶଳେ ବିଜେପି ଏହି ଦୁଇଟି ରାଜ୍ୟରେ ପୂର୍ବ ଅପେକ୍ଷା ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି। ଓଡ଼ିଶାରେ ୮ଟି ଲୋକସଭା ଆସନ ଓ ପଶ୍ଚିମବଙ୍ଗରେ ୧୮ଟି ଆସନ ବିଜେପି ଜିତିଛି, ଯାହା ୨୦୧୪ ତୁଳନାରେ ଢେର ଅଧିକ। ଏବେ ଏହି ଆଧାରରେ ବିଜେପି ମିଶନ ଦକ୍ଷିଣ ଆରମ୍ଭ କରିଛି।

ଦକ୍ଷିଣ ରାଜ୍ୟ କର୍ଣ୍ଣାଟକାରେ କଂଗ୍ରେସ ଓ ରାଜ୍ୟର ଅନ୍ୟାନ୍ୟ ଦଳର ନେତାଙ୍କୁ ଦଳରେ ସାମିଲ କରିବାରେ ବିଜେପି ସକ୍ଷମ ହୋଇଛି। ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଉପରେ ବିଜେପି ନଜର ପକାଇଛି। ଏକଦା ବିଜେପିର ସହଯୋଗୀ ଥିବା ଟିଡିପି ଆନ୍ଧ୍ରପ୍ରଦେଶର ବିଧାନସଭା ଓ ସାଧାରଣ ନିର୍ବାଚନରେ ନିଜର ସ୍ଥିତି ହରାଇଛି। ବିଜେପି ମଧ୍ୟ ୨୫ ଲୋକସଭାରୁ ୨ଟିରେ ଜିତିଥିବା ବେଳେ ୧୭୫ ବିଧାନସଭା ଆସନରୁ କୌଣସି ଗୋଟିଏ ଆସନ ବି ଜିତି ପାରିନାହିଁ। ହେଲେ ୨୦୧୪ ନିର୍ବାଚନ ତୁଳନାରେ ଦଳର ଭୋଟ ଶେୟାର ବଢ଼ିଛି। ଏବେ ଟିଡିପି ଓ କଂଗ୍ରେସର ଅନେକ ନେତା ବିଜେପି ସହ ଯୋଗାଯୋଗରେ ଥିବା ବିଜେପି ମୁଖପାତ୍ର ସୁଧୀଶ ରାମଭୋତଲା କହିଛନ୍ତି।

ସେହିପରି ତେଲେଙ୍ଗନାରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ଶେୟାର ୭ ପ୍ରତିଶତ ଥିବା ବେଳେ ଚଳିତଥର ଏହା ୨୦ ପ୍ରତିଶତରେ ପହଞ୍ଚିଛି। ସେହିପରି ୧୭ଟି ଲୋକସଭା ଆସନରୁ ବିଜେପି ୪ଟିରେ ବିଜୟୀ ହୋଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅଙ୍କୁ ନିଜାମଗଡ଼ ଲୋକସଭା ଆସନରେ ବିଜେପି ହରାଇବା ପରେ ରାଜ୍ୟରେ ବିଜେପି ଆଗ ଅପେକ୍ଷା ଅଧିକ ସକ୍ରିୟ ହୋଇଥିବା ଜଣାପଡ଼ିଛି।

ଏହି ଦୁଇ ରାଜ୍ୟରେ ଟିଡିପି ନିଜର ଅସ୍ତିତ୍ୱ ହରାଇଛି। ବିଜେପି ଏକ ଇମର୍ଜିଂ ଦଳ ହୋଇଥିବାରୁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ତାହାକୁ ଆଧାର କରି ଟିଡିପି ଓ କଂଗ୍ରେସ ଦଳର ନେତା ବିଜେପିରେ ସାମିଲ ହେବାକୁ ଚେଷ୍ଟା କରୁଥିବା ରାଜନୀତିକ ପଣ୍ଡିତ ମାନେ ଆକଳନ କରିଛନ୍ତି।

Related story