ବିଜେପି ପାଇଁ ବୁମେରାଂ ସାଜିଲା ’ଜଙ୍ଗଲ୍ ରାଜ୍’: ଶତ୍ରୁଘ୍ନ ସିହ୍ନା

ନାଗପୁର: ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନ୍ୟ ଦଳୀୟ ନେତାମାନେ ବରାବର ‘ଜଙ୍ଗଲ୍ ରାଜ୍’ ଶବ୍ଦର ପ୍ରୟୋଗ କରିଥିଲେ। ଲାଲୁଙ୍କ ସହ ହାତ ମିଳାଇ ନୀତୀଶ କୁମାର ବିହାରକୁ ପୁଣି ଜଙ୍ଗଲ୍ ରାଜ୍ ଫେରାଇ ଆଣିଛନ୍ତି ବୋଲି କୁହାଯାଇଥିଲା। ଆଉ ଏହା ବିଜେପି ପାଇଁ ବୁମେରାଂ ସାଜିଛି। ବିଜେପିର ବରିଷ୍ଠ ନେତା ତଥା ବିହାରର ପାଟନା ସାହିବର ସାଂସଦ ଶତ୍ରୁଘ୍ନ ସିହ୍ନା ଏ କଥା କହିଛନ୍ତି। ନାଗପୁରରେ ଏକ […]

ShatrughanSinha

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 11:53 AM IST

ନାଗପୁର: ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନ୍ୟ ଦଳୀୟ ନେତାମାନେ ବରାବର ‘ଜଙ୍ଗଲ୍ ରାଜ୍’ ଶବ୍ଦର ପ୍ରୟୋଗ କରିଥିଲେ। ଲାଲୁଙ୍କ ସହ ହାତ ମିଳାଇ ନୀତୀଶ କୁମାର ବିହାରକୁ ପୁଣି ଜଙ୍ଗଲ୍ ରାଜ୍ ଫେରାଇ ଆଣିଛନ୍ତି ବୋଲି କୁହାଯାଇଥିଲା। ଆଉ ଏହା ବିଜେପି ପାଇଁ ବୁମେରାଂ ସାଜିଛି। ବିଜେପିର ବରିଷ୍ଠ ନେତା ତଥା ବିହାରର ପାଟନା ସାହିବର ସାଂସଦ ଶତ୍ରୁଘ୍ନ ସିହ୍ନା ଏ କଥା କହିଛନ୍ତି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ସେ ଏହା କହିଛନ୍ତି।

ଶତ୍ରୁଘ୍ନ ସିହ୍ନା କହିଛନ୍ତି, ‘ଜଙ୍ଗଲ୍ ରାଜ୍’ ଶବ୍ଦକୁ ବିହାରୀମାନେ ଗ୍ରହଣ କରିପାରି ନାହାନ୍ତି। ବିଶେଷ କରି ବିହାରର ବିଜେପି ବିରୋଧୀ ଲୋକେ ଏହାକୁ ଆଦୌ ଗ୍ରହଣ କରିପାରି ନ  ଥିଲେ। ସେହିପରି ବାରମ୍ବାର ଲାଲୁ ପ୍ରସାଦ ଯାଦବଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟଗୁଡ଼ିକୁ ମଧ୍ୟ ବିହାରୀମାନେ ହଜମ କରି ପାରି ନଥିଲେ। ବିଜେପି ପାଇଁ ଏହା ବୁମେରାଂ ହୋଇଥିବା ବେଳେ ଲାଲୁଙ୍କ ପାଇଁ ଏହା ଆଶୀର୍ବାଦ ଭଳି ହୋଇଛି। କାରଣ ତାଙ୍କ ଦଳ ୮୦ ପ୍ରତିଶତ ଆସନରେ ବିଜୟୀ ହୋଇଛି। ତାଙ୍କ ଦଳ ୧୦୦ଟି ଆସନରୁ ୮୦ଟିରେ ଜିତିଛି।

ଏହା ସହିତ ସେ କହିଛନ୍ତି ଯେ ବିହାରର ରାଜନୈତିକ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳୀୟ ନେତାଏ ସଠିକ୍ ସୂଚନା ଦେଇ ନ ଥିଲେ। ରାଜ୍ୟରେ ଆଦୌ ନୀତୀଶ ବିରୋଧୀ ପବନ ବହୁ ନ ଥିଲା। କିନ୍ତୁ ଦଳୀୟ ନେତାମାନେ ଏହାକୁ ଆଧାର କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଦଳ ଯାହା ବି ଆସନ ଜିତିଛି ତା’ର ଶ୍ରେୟ କେବଳ ପ୍ରଧାନମନ୍ତ୍ରୀଙ୍କୁ ଯାଉଛି। ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣାକୁ ବିହାରୀବାସୀ ସ୍ୱତଃସ୍ଫୁର୍ତ୍ତ ଭାବେ ଗ୍ରହଣ କରି ପାରି ନ ଥିଲେ। ଏହା ନିର୍ବାଚନୀ ଚାଲ୍ ବୋଲି ସେମାନେ ବୁଝି ନେଲେ।

ସୂଚନାଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶଙ୍କ ଜେଡିୟୁ, ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସକୁ ନେଥ ଗଠିତ ମହାମେଣ୍ଟ ୧୭୮ଟି ଆସନ ଜିତିଛି। ଏଥିରୁ ଜେଡିୟୁ ୭୧ଟି ଜିତି ଥିବା ବେଳେ ଲାଲୁଙ୍କ ଦଳ ୮୦ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ମିଳିଛି ୨୭ଟି ଆସନ।

Related story