୫ ବର୍ଷରେ ଅମିତ ଶାହଙ୍କ ସଂପତ୍ତିର ପରିମାଣ ୧୭ କୋଟି ବଢ଼ିଛି

ନୂଆଦିଲ୍ଲୀ: ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ଲଢ଼ୁଥିବା ସମସ୍ତ ଆଶାୟୀ ନେତାଙ୍କ ସମ୍ପତ୍ତି ସଂଖ୍ୟା ବୃଦ୍ଧି ପାଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମ୍ପତ୍ତି ବହୁଗୁଣା ବଢ଼ିଛି। ୨୦୧୨ ମସିହାରେ ତାଙ୍କ ଚଳନ୍ତି ସମ୍ପତ୍ତିର ମୂଲ୍ୟ ୧.୯୦ କୋଟି ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୧୯ କୋଟି ହୋଇଛି। ଅର୍ଥାତ ୫ ବର୍ଷରେ ତାଙ୍କର ସଂପତ୍ତିର ମୂଲ୍ୟ ୧୭.୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ୨୦୧୭ରେ କରିଥିବା ସତ୍ୟପାଠରେ ଶାହା ଏହା ଉଲ୍ଲେଖ କରିଛନ୍ତି। […]

AmitShah

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 02:00 PM IST

ନୂଆଦିଲ୍ଲୀ: ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ଲଢ଼ୁଥିବା ସମସ୍ତ ଆଶାୟୀ ନେତାଙ୍କ ସମ୍ପତ୍ତି ସଂଖ୍ୟା ବୃଦ୍ଧି ପାଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମ୍ପତ୍ତି ବହୁଗୁଣା ବଢ଼ିଛି। ୨୦୧୨ ମସିହାରେ ତାଙ୍କ ଚଳନ୍ତି ସମ୍ପତ୍ତିର ମୂଲ୍ୟ ୧.୯୦ କୋଟି ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୧୯ କୋଟି ହୋଇଛି। ଅର୍ଥାତ ୫ ବର୍ଷରେ ତାଙ୍କର ସଂପତ୍ତିର ମୂଲ୍ୟ ୧୭.୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ୨୦୧୭ରେ କରିଥିବା ସତ୍ୟପାଠରେ ଶାହା ଏହା ଉଲ୍ଲେଖ କରିଛନ୍ତି। ଏହି ସତ୍ୟପାଠ ଅନୁସାରେ ତାଙ୍କୁ ୧୦.୩୮ କୋଟି ଟଙ୍କାର ପୈତୃକ ସମ୍ପତ୍ତି ମିଳିଛି।

ସେହିପରି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ବଳବନ୍ତ ସିଂ ରାଜପୁତ ଯଦି ରାଜ୍ୟସଭା ଯାଆନ୍ତି  ସେ ଗୁଜରାଟର ସବୁଠାରୁ ଧନୀ ରାଜ୍ୟସଭା ସଦସ୍ୟ ହେବେ। ୨୦୧୨ରେ ତାଙ୍କ ନିକଟରେ ୨୬୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିଲା। ୨୦୧୭ରେ ଏହା ୩୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।  ମିଶି ୨୦୧୨ରେ  ୨୬୩ କୋଟି ଟଙ୍କାର ସମ୍ପତ୍ତି ଥିଲା। ଯାହ ୨୦୧୭ରେ ବୃଦ୍ଧି ପାଇ ୩୧୬ କୋଟି  ଟଙ୍କାକୁ ଛୁଇଁଛି।

Related story