ରାହୁଲ ‘ଆଟେନ୍‌ସନ୍‌ ସିକିଂ ଡିଜଅର୍ଡର’ ଦେଇ ଗତି କରୁଛନ୍ତି: ବିଜେପି

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଲଗାତାର ପ୍ରହାର ପରେ ଆଜି ଭାଜପା ଏହାର ପ୍ରତିକ୍ରିୟା ରଖିଛି। ଭାଜପାର କହିବାନୁଯାୟୀ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଆଟେନ୍‌ସନ୍‌ ସିକିଂ ଡିଜଅର୍ଡର’ ଦେଇ ଗତି କରୁଛନ୍ତି। ଟିଆରପି ପାଇଁ ସେ ନିମ୍ନ ସ୍ତରର ମନ୍ତବ୍ୟ ଦେଉଛନ୍ତି। ଏପରିସ୍ଥିତିରେ ସେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଭାଜପା ନେତା ଶ୍ରୀକାନ୍ତ ଶର୍ମା କହିଛନ୍ତି, “୨୦୧୪ର ଲୋକସଭା ନିର୍ବାଚନ ସମୟରେ ଭ୍ରଷ୍ଟାଚାର […]

rahul-gandhi

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 06:13 PM IST

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଲଗାତାର ପ୍ରହାର ପରେ ଆଜି ଭାଜପା ଏହାର ପ୍ରତିକ୍ରିୟା ରଖିଛି। ଭାଜପାର କହିବାନୁଯାୟୀ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଆଟେନ୍‌ସନ୍‌ ସିକିଂ ଡିଜଅର୍ଡର’ ଦେଇ ଗତି କରୁଛନ୍ତି। ଟିଆରପି ପାଇଁ ସେ ନିମ୍ନ ସ୍ତରର ମନ୍ତବ୍ୟ ଦେଉଛନ୍ତି। ଏପରିସ୍ଥିତିରେ ସେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ।

ଭାଜପା ନେତା ଶ୍ରୀକାନ୍ତ ଶର୍ମା କହିଛନ୍ତି, “୨୦୧୪ର ଲୋକସଭା ନିର୍ବାଚନ ସମୟରେ ଭ୍ରଷ୍ଟାଚାର ଏକ ବଡ଼ ପ୍ରସଙ୍ଗ ଥିଲା। ମୋଦି ସରକାର ଦେଶରୁ ଭ୍ରଷ୍ଟାଚାର ଦୂର କରିବା ପାଇଁ ସଙ୍କଳ୍ପବଦ୍ଧ। ଦେଶକୁ ଭ୍ରଷ୍ଟାଚାର ମୁକ୍ତ ପାଇଁ ଯାହା ଆବଶ୍ୟକ ରହିଛି ତାହା ମୋଦି ସରକାର ନିଶ୍ଚିତ କରିବେ।”

Related story