ବିଜେପିର ମିଶନ କର୍ଣ୍ଣାଟକ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ଦଖଲ ପରେ ଏବେ ବିଜେପିର ନଜର କର୍ଣ୍ଣାଟକ ଉପରେ। ଆସନ୍ତାବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ପୁଣିଥରେ ବିଜେପି ସରକାର ଫେରାଇ ଆଣିବା ପାଇଁ ଦଳ ଏବେଠାରୁ ଅଣ୍ଟା ଭିଡ଼ିଛି। ଏହି ପରିପେକ୍ଷୀରେ ଆସନ୍ତା ୩୧ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କର୍ଣ୍ଣାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ଶାହ ଦଳୀୟ କର୍ମୀଙ୍କୁ ଭେଟିବା ସହିତ ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ […]

amit-shah

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 10:45 PM IST

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ଦଖଲ ପରେ ଏବେ ବିଜେପିର ନଜର କର୍ଣ୍ଣାଟକ ଉପରେ। ଆସନ୍ତାବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ପୁଣିଥରେ ବିଜେପି ସରକାର ଫେରାଇ ଆଣିବା ପାଇଁ ଦଳ ଏବେଠାରୁ ଅଣ୍ଟା ଭିଡ଼ିଛି।

ଏହି ପରିପେକ୍ଷୀରେ ଆସନ୍ତା ୩୧ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କର୍ଣ୍ଣାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ଶାହ ଦଳୀୟ କର୍ମୀଙ୍କୁ ଭେଟିବା ସହିତ ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କର୍ଣ୍ଣାଟକରେ ସଂଗଠନକୁ ପୁଣି ଥରେ ମଜବୁତ କରିବା ପାଇଁ ଜୋରସୋରର ଚେଷ୍ଟା ଚଳାଇଛି ବିଜେପି।

Related story