ରଥଯାତ୍ରାପାଇଁ ସୁପ୍ରିମ୍‌କୋର୍ଟ ଯିବ ବିଜେପି

ନୂଆଦିଲ୍ଲୀ: ବିଜେପିର ୩ ଦିନିଆ ‘ଲୋକତନ୍ତ୍ର ବଞ୍ଚାଅ’ ରଥଯାତ୍ରାକୁ ସ୍ଥଗିତ ରଖିବାପାଇଁ କୋଲକାତା ହାଇକୋର୍ଟ ଆଦେଶ ଦେବାପରେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ ବିଜେପି। ଏହି ବିଷୟରେ ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ସିଙ୍ଗଲ ବେଞ୍ଚ ଦେଇଥିବା ରଥଯାତ୍ରା ପାଇଁ ଅନୁମତିକୁ ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀ ସରକାର ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଡିଭିଜନ ବେଞ୍ଚ ମାମଲାକୁ ସିଙ୍ଗଲ ବେଞ୍ଚଙ୍କୁ ପୁଣିଥରେ ପଠାଇଦେଇଥିଲେ। ସିଙ୍ଗଲ ବେଞ୍ଚ […]

bjp

Subrat Kumar Nayak
  • Published: Saturday, 22 December 2018
  • , Updated: 22 December 2018, 08:19 PM IST

ନୂଆଦିଲ୍ଲୀ: ବିଜେପିର ୩ ଦିନିଆ ‘ଲୋକତନ୍ତ୍ର ବଞ୍ଚାଅ’ ରଥଯାତ୍ରାକୁ ସ୍ଥଗିତ ରଖିବାପାଇଁ କୋଲକାତା ହାଇକୋର୍ଟ ଆଦେଶ ଦେବାପରେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ ବିଜେପି। ଏହି ବିଷୟରେ ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମେ ସିଙ୍ଗଲ ବେଞ୍ଚ ଦେଇଥିବା ରଥଯାତ୍ରା ପାଇଁ ଅନୁମତିକୁ ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀ ସରକାର ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଡିଭିଜନ ବେଞ୍ଚ ମାମଲାକୁ ସିଙ୍ଗଲ ବେଞ୍ଚଙ୍କୁ ପୁଣିଥରେ ପଠାଇଦେଇଥିଲେ।

ସିଙ୍ଗଲ ବେଞ୍ଚ ରାଜ୍ୟ ତଦନ୍ତକାରୀ ସଂସ୍ଥା ଦେଇଥିବା ଗୁଇନ୍ଦା ତଥ୍ୟକୁ ତର୍ଜମା କରି ମାମଲାର ଶୁଣାଣି କରନ୍ତୁ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ତେଣୁ ଶେଷଖବର ସୁଦ୍ଧା ବିଜେପି ପକ୍ଷରୁ କୁଚ ବେହାର ଠାରୁ ଆରମ୍ଭ ହେବାକୁ ଥିବା ରଥଯାତ୍ରା ସ୍ଥଗିତ ରହିଛି।

Related story