ନୂଆଦିଲ୍ଲୀ: ସୋମବାର ବିଜେପି ସମସ୍ତ ରାଜ୍ୟସଭା ସାଂସଦଙ୍କୁ ୩ ଧାଡ଼ିର ଏକ ହ୍ୱିପ୍ ଜାରି କରିଛି। ବିଜେପିର ଏହି ଚିଠିରେ କୁହାଯାଇଛି ଏକ ‘ଅତି ଗୁରୁତ୍ୱପୂର୍ଣ୍ଣ ବିଲ୍’ ମଙ୍ଗଳବାର ବା ୨୦୨୦ ଫେବୃଆରୀ ୧୧ ତାରିଖରେ ଆଗତ ହେବ ଏବଂ ପାରିତ ହେବ।
ଆସନ୍ତାକାଲି ରାଜ୍ୟସଭାରେ ମଧ୍ୟାହ୍ଣ ଭୋଜନ ବିରତି ହେବନାହିଁ ବୋଲି ଘୋଷଣା କରାଯାଇଛି। କାରଣ ସଂସଦର ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧ ଆସନ୍ତାକାଲି ସରିବ। ୪ଟା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉତ୍ତର ରଖିବାର ଅଛି।
ତେବେ ବିଜେପିର ଏହି ହ୍ୱିପ୍ ପରେ ବିଭିନ୍ନ ଗୁଜବ ଘୁରି ବୁଲୁଛି। କିଛି ଜଣ କହୁଛନ୍ତି ଆସନ୍ତାକାଲି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିପାରନ୍ତି। କିଛି ଲୋକ ବହୁ ଚର୍ଚ୍ଚିତ ‘ୟୁନିଫର୍ମ ସିଭିଲ୍ କୋଡ୍’ ବିଲ୍ ଆସିପାରେ ବୋଲି ଚର୍ଚ୍ଚା କରୁଛନ୍ତି। ତେବେ ପ୍ରକୃତରେ କ’ଣ ଘଟିବ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।