କର୍ଣ୍ଣାଟକ ଉପନିର୍ବାଚନ; ପରାଜୟ ସ୍ୱୀକାର କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ଅନ୍ୟପଟେ ବିଜେପି ୧୫ଟି ଆସନରୁ ୧୧ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଅନେକ ସ୍ଥାନରେ ପଛରେ ରହିଛନ୍ତି। ପରାଜୟକୁ ସ୍ୱୀକାର କରୁଛୁ ବୋଲି […]

Karnataka-Bypolls (1)

Karnataka-Bypolls (1)

Subhransu Sekhar
  • Published: Monday, 09 December 2019
  • Updated: 09 December 2019, 12:56 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ଅନ୍ୟପଟେ ବିଜେପି ୧୫ଟି ଆସନରୁ ୧୧ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଅନେକ ସ୍ଥାନରେ ପଛରେ ରହିଛନ୍ତି। ପରାଜୟକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର। କଂଗ୍ରେସ ୨ଟି ଆସନରେ, ଜେଡିଏସ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଜଣେ ଭୋଟ ଗଣତି ବେଳେ ଆଗୁଆ ରହିଛନ୍ତି।

ଜୁଲାଇରେ ଜେଡିଏସ ଏବଂ କଂଗ୍ରେସର ବିଧାୟକମାନେ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ୧୭ଟି ଆସନ ଖାଲି ପଡ଼ିଥିଲା। ଏହାପରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ଏହାପରେ ବିଜେପି ବିଧାୟକ ବି. ଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଢ଼ିଛି। ଏହାପରେ ୧୫ଟି ଆସନ ପାଇଁ ଉପ ନିର୍ବାଚନ ହୋଇଛି। କ୍ଷମତାରେ ରହିବା ପାଇଁ ବିଜେପିକୁ ୭ଟି ଆସନରେ ବିଜୟୀ ହେବାର ଆବଶ୍ୟକ ଥିଲା। ହେଲେ ଏବେ ୧୧ଟି ଆସନରେ ବିଜେପି ଜିତିବ ବୋଲି ଆକଳନ କରାଯାଉଛି।

ବିଜେପି ପାଖରେ ଏବେ ୧୦୫ ବିଧାୟକ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ରହିଛି। ସେହିପରି କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ ପାଖରେ ୩୪ ବିଧାୟକଙ୍କ ସମର୍ଥନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos