ଗିରଫ ପରେ ନିଜ ଭୁଲ ପାଇଁ ଅନୁତପ୍ତ କହିଲେ ଚିନ୍ମୟାନନ୍ଦ

ଲକ୍ଷ୍ନୌ: ଶାହଜାହାନପୁର ଯୌନ ନିର୍ଯାତନା ମାମଲାରେ ଆଜି ଗିରଫ ହୋଇଥିବା ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ରାଜ୍ୟମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଆଜି ଏସଆଇଟି ଚିନ୍ମୟାନନ୍ଦଙ୍କୁ ତାଙ୍କ ‘ଦିବ୍ୟଧାମ’ ବାସଭବନରୁ ଗିରଫ କରିଥିଲା। ଏହାପରେ ସିଜେଏମ କୋର୍ଟରେ ହାଜର କରିଥିଲା। ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବାରେ ଚିନ୍ମୟାନନ୍ଦଙ୍କୁ ସହଯୋଗ କରୁଥିବା ତିନି ଯୁବକଙ୍କୁ ମଧ୍ୟ ଏସଆଇଟି ଗିରଫ କରିଛି। ଚିନ୍ମୟାନନ୍ଦଙ୍କ ବିରୋଧରେ ପୁଲିସ୍ ଦୁଷ୍କର୍ମ ମାମଲା […]

chinmayanand-arrested

Subhransu Sekhar
  • Published: Friday, 20 September 2019
  • , Updated: 20 September 2019, 05:38 PM IST

ଲକ୍ଷ୍ନୌ: ଶାହଜାହାନପୁର ଯୌନ ନିର୍ଯାତନା ମାମଲାରେ ଆଜି ଗିରଫ ହୋଇଥିବା ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ରାଜ୍ୟମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଆଜି ଏସଆଇଟି ଚିନ୍ମୟାନନ୍ଦଙ୍କୁ ତାଙ୍କ 'ଦିବ୍ୟଧାମ' ବାସଭବନରୁ ଗିରଫ କରିଥିଲା। ଏହାପରେ ସିଜେଏମ କୋର୍ଟରେ ହାଜର କରିଥିଲା। ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବାରେ ଚିନ୍ମୟାନନ୍ଦଙ୍କୁ ସହଯୋଗ କରୁଥିବା ତିନି ଯୁବକଙ୍କୁ ମଧ୍ୟ ଏସଆଇଟି ଗିରଫ କରିଛି।

ଚିନ୍ମୟାନନ୍ଦଙ୍କ ବିରୋଧରେ ପୁଲିସ୍ ଦୁଷ୍କର୍ମ ମାମଲା ସାଙ୍ଗକୁ କଲେଜ ହଷ୍ଟେଲର ଅଧିକାରୀ ଭାବରେ ନିଜର କ୍ଷମତାର ଅପବ୍ୟବହାର କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଏଥିପାଇଁ ୫ ବର୍ଷ ଜେଲ୍ ସହିତ ଜୋରିମାନା ମଧ୍ୟ ଚିନ୍ମୟାନନ୍ଦଙ୍କୁ ହୋଇପାରିବ। ପୀଡ଼ିତା ତଦନ୍ତ ବେଳେ ଏସଆଇଟିକୁ ଦେଇଥିବା ପ୍ରମାଣ ଆଧାରରେ ପୁଲିସ୍ ଚିନ୍ମୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏହି ହାଇପ୍ରୋଫାଇଲ୍ ନିର୍ଯାତନା ମାମଲାର ତଦନ୍ତ କରୁଥିବା ଏସଆଇଟି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛି, ଚିନ୍ମୟାନନ୍ଦଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଛନ୍ତି। ଦେହ ମାଲିସ କରିବା ପାଇଁ ଛାତ୍ରୀଙ୍କୁ ଡାକିବା ତାଙ୍କର ଭୁଲ୍ ବୋଲି ମଧ୍ୟ ସେ ତଦନ୍ତ ବେଳେ କହିଛନ୍ତି। ଏଥିପାଇଁ ଚିନ୍ମୟାନନ୍ଦ ଅନୁତପ୍ତ ବୋଲି ଏସଆଇଟି ମୁଖ୍ୟ ନବୀନ ଆରୋରା କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ।

ଅଗଷ୍ଟ ୩୦ର ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ଏହାପରେ ସୁପ୍ରିମକୋର୍ଟ ଏହି ଯୌନ ନିର୍ଯାତନା ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

କଲେଜରେ ଆଡମିଶନ ବେଳେ ଚିନ୍ମୟାନନ୍ଦ ସେତେବେଳେ ଯୁବତୀଙ୍କୁ ସହଯୋଗ କରିଥିଲେ। କାଳକ୍ରମେ ଲ କଲେଜରେ ଥିବା ହଷ୍ଟେଲରେ ମଧ୍ୟ ରହୁଥିଲେ ପୀଡ଼ିତା। ଏହି ସମୟରେ ଚିନ୍ମୟାନନ୍ଦ ତାଙ୍କ ଗାଧୁଆ ଘରେ ସିସିଟିଭି କ୍ୟାମେରା ଲଗାଇ ତାଙ୍କର ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲିଂ କରିଥିଲେ। ଭିଡିଓ ଭାଇରାଲ କରିଦେବାକୁ କହି ବର୍ଷେ ହେବ ଚିନ୍ମୟାନନ୍ଦ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଏହାପରେ ଚିନ୍ମୟାନନ୍ଦ ତାଙ୍କ ଆଶ୍ରମକୁ ଦେହ ମାଲିସ କରିବା ପାଇଁ ଯୁବତୀଙ୍କୁ ଡାକିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ଦେହ ମାଲିସର ଭିଡିଓ ରେକର୍ଡିଂ କରି ନେଇଥିଲେ। ଯାହାକି ସେ ଏସଆଇଟି ଟିମକୁ ତଦନ୍ତ ବେଳେ ଏକ ପ୍ରେନ ଡ୍ରାଇଭ ଜରିଆରେ ଦେଇଥିଲେ। ଯାହାକି ଚିନ୍ମୟାନନ୍ଦଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା।

Related story