ତେଜୁଛି ଚାଷୀ ଆନ୍ଦୋଳନ, କାଉଣ୍ଟର ପାଇଁ ବିଜେପି ପ୍ରସ୍ତୁତ କଲା ରଣନୀତି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବ ବିଜେପି। ଗୋଟିଏ ପଟେ କେନ୍ଦ୍ର ସରକାର ତିନି ଚାଷୀ ଆଇନ ପ୍ରତ୍ୟାହାର କରିବା ଦରକାର ବୋଲି ଚାଷୀ ସଂଗଠନ ଏବଂ ବିରୋଧୀ କହିଛନ୍ତି। ଅନ୍ୟପଟେ ବିଜେପି ଏବେ ଡିଫେନ୍ସ କରିବାକୁ ଯାଇ ଦେଶର ବିଭିନ୍ନ ସ୍ଥାନରେ ପ୍ରେସ କନଫରେନସ ଏବଂ ବୈଠକ କରିବ ବୋଲି କହିଛି। କେନ୍ଦ୍ରରେ ଥିବା ଶାସକ ଦଳ ବିଜେପି ମୋଟ୍ ଉପରେ ୭୦୦ଟି ସାମ୍ୱାଦିକ ସମ୍ମିଳନୀ ସହିତ ୧୦୦ଟି କୃଷି ସମ୍ମିଳନୀ କରିବ। ସରକାରଙ୍କ ତିନି […]

farmer-strike

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 08:53 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବ ବିଜେପି। ଗୋଟିଏ ପଟେ କେନ୍ଦ୍ର ସରକାର ତିନି ଚାଷୀ ଆଇନ ପ୍ରତ୍ୟାହାର କରିବା ଦରକାର ବୋଲି ଚାଷୀ ସଂଗଠନ ଏବଂ ବିରୋଧୀ କହିଛନ୍ତି। ଅନ୍ୟପଟେ ବିଜେପି ଏବେ ଡିଫେନ୍ସ କରିବାକୁ ଯାଇ ଦେଶର ବିଭିନ୍ନ ସ୍ଥାନରେ ପ୍ରେସ କନଫରେନସ ଏବଂ ବୈଠକ କରିବ ବୋଲି କହିଛି।

କେନ୍ଦ୍ରରେ ଥିବା ଶାସକ ଦଳ ବିଜେପି ମୋଟ୍ ଉପରେ ୭୦୦ଟି ସାମ୍ୱାଦିକ ସମ୍ମିଳନୀ ସହିତ ୧୦୦ଟି କୃଷି ସମ୍ମିଳନୀ କରିବ। ସରକାରଙ୍କ ତିନି କୃଷି ଆଇନ୍ ଚାଷୀଙ୍କ ସ୍ୱାର୍ଥ ପାଇଁ ହୋଇଛି। ଏହାଦ୍ୱାରା ଚାଷୀ ଲାଭବାନ ହେବେ କହି ଲୋକଙ୍କୁ ବୁଝାଇବା ପାଇଁ ବିଜେପି ଚେଷ୍ଟା କରିବ ବୋଲି ଜଣାପଡ଼ିଛି। ଦେଶର ୭୧୮ଟି ଜିଲ୍ଲାରେ ଏହି ପ୍ରେସ କନଫରେନସ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ତେବେ ତାରିଖ ଏବଂ ସ୍ଥାନ ବାବଦରେ ଖୁବଶୀଘ୍ର ବିଜେପି ଘୋଷଣା କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତାବ ଚାଷୀମାନେ ପ୍ରତ୍ୟାହାର କରି ସାରିଛନ୍ତି। ଏହାବାଦ୍ ୫ଟି ବୈଠକ ଚାଷୀ ଏବଂ ସରକାର ମଧ୍ୟରେ ବସି ସାରିଛି। ଏମଏସପି ଦରରୁ କମ୍ ଦାମରେ ବେପାରୀ ଚାଷୀଙ୍କ ଠାରୁ ଫସଲ କିଣିପାରିବେ ନାହିଁ, ମଣ୍ଡି ହଟିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏହାପରେ ବି ଚାଷୀ ସଂଗଠନ ଏବେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ନେଇ ଜିଦରେ ଦିଲ୍ଲୀ ସୀମାରେ ବସିଛନ୍ତି। କେନ୍ଦ୍ର ସରକାର କୃଷି ଆଇନକୁ ସଂଶୋଧନ କରିବାକୁ ପ୍ରସ୍ତୁତ, ୧୫ଟି ସଂଶୋଧନ ମଧ୍ୟରୁ ୧୨ଟିରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଏବେ ଦିଲ୍ଲୀ ମୁହାଁ ୫୦ ହଜାର ଚାଷୀ। ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଥିବା ଜଣାପଡ଼ିଛି। ପ୍ରାୟ ୧୨ ଶହ ଟ୍ରାକ୍ଟରେ ଚାଷୀ ସାଙ୍ଗରେ ୬ ମାସର ରାସନ ଧରି ଆସୁଥିବା ଜଣାପଡ଼ିଛି।

ପଞ୍ଜାବ କିସାନ ମଜଦୁର ସଂଘର ମୁଖ୍ୟ ସତ୍ୟନମ ସିଂ କହିଛନ୍ତି ଯେ ଶୁକ୍ରବାର ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦୦ ଟ୍ରଲି ନେଇ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଛନ୍ତି। ଏହି ଚାଷୀମାନେ ଫେରୋଜପୁର, ଫାଜିଲ୍କା, ଅବୋହର, ଫରିଦକୋଟ ଏବଂ ଅନ୍ୟାନ୍ୟ ସ୍ଥାନର। ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଷୀମାନେ ତମ୍ବୁ, ପାଲ, ଶୀତ ବସ୍ତ୍ର ଧରି ଆସୁଛନ୍ତି।

Related story