ପାନାମା ପରେ ଆସିଲା ପାରାଡାଇଜ୍‌ ପେପର୍ସ: ୭୧୪ ଭାରତୀୟ ବିଦେଶରେ ରଖିଛନ୍ତି କଳାଧନ

ନୂଆଦିଲ୍ଲୀ: ପାନାମା ପେପର୍ସ ପରେ କଳାଧନକୁ ନେଇ ଏବେ ଏକ ବଡ଼ ଖୁଲାସା କରିଛି ପାରାଡାଇଜ୍‌ ପେପର୍ସ। ଏଥିରେ ଦର୍ଶାଯାଇଥିବା କଳାଧନକାରୀଙ୍କ ମଧ୍ୟରେ ରହିଛନ୍ତି ୭୧୪ ଭାରତୀୟ। ଯେଉଁମାନେ ବିଦେଶରେ ଏହାକୁ ଗଚ୍ଛିତ ରଖିଛନ୍ତି। କଳାଧନ ଦେଶକୁ ଫେରାଇ ଆଣିବାକୁ ମୋଦି ସରକାର ବହୁ ପଦକ୍ଷେପ ନେଉଛନ୍ତି। ଏପରିସ୍ଥିତିରେ ବିଦେଶରେ ଥିବା ଏହି କଳାଧନକୁ କେମିତି ଦେଶକୁ ଫେରାଇ ଅଣାଯିବ ତାହା ଦେଖିବାକୁ ବାକି ରହିଲା। ପାରାଡାଇଜ ପେପର୍ସରେ ୧.୩୪ କୋଟି ଦସ୍ତାବେଜ ସାମିଲ ଅଛି। ଏଥିରେ […]

paradise

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 03:25 PM IST

ନୂଆଦିଲ୍ଲୀ: ପାନାମା ପେପର୍ସ ପରେ କଳାଧନକୁ ନେଇ ଏବେ ଏକ ବଡ଼ ଖୁଲାସା କରିଛି ପାରାଡାଇଜ୍‌ ପେପର୍ସ। ଏଥିରେ ଦର୍ଶାଯାଇଥିବା କଳାଧନକାରୀଙ୍କ ମଧ୍ୟରେ ରହିଛନ୍ତି ୭୧୪ ଭାରତୀୟ। ଯେଉଁମାନେ ବିଦେଶରେ ଏହାକୁ ଗଚ୍ଛିତ ରଖିଛନ୍ତି। କଳାଧନ ଦେଶକୁ ଫେରାଇ ଆଣିବାକୁ ମୋଦି ସରକାର ବହୁ ପଦକ୍ଷେପ ନେଉଛନ୍ତି। ଏପରିସ୍ଥିତିରେ ବିଦେଶରେ ଥିବା ଏହି କଳାଧନକୁ କେମିତି ଦେଶକୁ ଫେରାଇ ଅଣାଯିବ ତାହା ଦେଖିବାକୁ ବାକି ରହିଲା।

ପାରାଡାଇଜ ପେପର୍ସରେ ୧.୩୪ କୋଟି ଦସ୍ତାବେଜ ସାମିଲ ଅଛି। ଏଥିରେ ସାରା ଦୁନିଆର ବହୁ ଧନୀ ଓ ଶକ୍ତିଶାଳୀ ବ୍ୟକ୍ତିଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ମହାରାଣୀ ଏଲିଜାବେଥ ଦ୍ୱିତୀୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକାଧିକ ମନ୍ତ୍ରୀ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡଙ୍କ ମୁଖ୍ୟ ଫଣ୍ଡରେଜଙ୍କ ସମେତ ଅନ୍ୟ ବହୁ ସେଲିବ୍ରେଟିଙ୍କ ନାଁ ରହିଛି। ଏମାନେ ବିଦେଶୀ ଫାର୍ମ ଓ ନକଲି କମ୍ପାନୀ କରି କଳାଧନ ଗଚ୍ଛିତ ରହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସ୍‌ ରିପୋର୍ଟ ଅନୁସାରେ ପାରାଡାଇଜ ପେପର୍ସରେ ୧୮୦ ଦେଶର ଲୋକଙ୍କ ସୂଚନା ରହିଛି। ଏମାନଙ୍କ ମଧ୍ୟରେ ୭୧୪ ଭାରତୀୟ ଅଛନ୍ତି। ଏହା କେବଳ ଆରମ୍ଭ ମାତ୍ର। ଆଗକୁ ଏପରି ୪୦ରୁ ଅଧିକ ଦସ୍ତାବେଜ ବାହାରକୁ ଆସିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ଆହୁରି ମଧ୍ୟ ପଢନ୍ତୁ: ରାହୁଲଙ୍କ ଖାସ୍‌ ଏହି କଂଗ୍ରେସ ଯୁବନେତ୍ରୀ: ଯିଏ ଧରିଛନ୍ତି ଦଳର ସୋସିଆଲ ମିଡିଆ ମଙ୍ଗ

ଜର୍ମାନ ଖବରକାଗଜ ଜିଣ୍ଟାୟଚି ସାଇଟୁଙ୍ଗ ଟେକ୍ସ ହେୱେନ ଭାବେ ଜଣାଶୁଣା ୧୯ ଦେଶରୁ ଏହି ଦସ୍ତାବେଜ ପାଇଛି। ବିଶ୍ୱର ୯୦ ମିଡିଆ ହାଉସ୍ ସହ ମିଶି ଏହାର ଯାଞ୍ଚ କରିଛି।

Related story