ନୂଆଦିଲ୍ଲୀ: କଳାଧନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଏସଆଇଟି ରିପୋର୍ଟ ଦାଖଲ କରିଛି। ଏସଆଇଟି ତଥା ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ଜଉମୁଦ ଲଫାଫାରେ ଏହି ରିପୋର୍ଟ ଦାଖଲ କରିଛି। ଆସନ୍ତା ଜାନୁଆରୀରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଦେଶରେ କିଛି ଭାରତୀୟ କଳାଧନ ଗଚ୍ଛିତ ରଖିଥିବା ନେଇ ଜଣାପଡ଼ିବା ପରେ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସରକାର ଗଠନ ପରେ ଚାରିଆଡୁ ସମାଲୋଚନାରର ଶିକାର ହୋଇଥିଲେ ମୋଦି ସରକାର। କଳାଧନ ମାମଲାକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଗଠିତ ଏସଆଇଟି ତାହାର ତଦନ୍ତ ଜାରି ରଖିଛି।