ବ୍ଲୁ-ହ୍ୱେଲ୍‌ ଜାଲରୁ ମୁକ୍ତି ପାଇଁ ବାଟ ବତାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନଲାଇନ ଗେମ୍ ବ୍ଲୁ-ହ୍ୱେଲ୍‌ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ  ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସବୁ ସ୍କୁଲରେ ସଚେତନତା  ପାଇଁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ କିଛି  ରାଜ୍ୟରେ ବ୍ଲୁ-ହ୍ୱେଲ୍‌ ଗେମର ସେପରି କିଛି ପ୍ରଭାବ ନାହିଁ, ତଥାପି ଏହି ଖେଳ ସମ୍ପର୍କରେ  ସବୁରାଜ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ […]

Blue-Whale-Game-Download

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 11:10 PM IST

ନୂଆଦିଲ୍ଲୀ: ଅନଲାଇନ ଗେମ୍ ବ୍ଲୁ-ହ୍ୱେଲ୍‌ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ  ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସବୁ ସ୍କୁଲରେ ସଚେତନତା  ପାଇଁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯଦିଓ କିଛି  ରାଜ୍ୟରେ ବ୍ଲୁ-ହ୍ୱେଲ୍‌ ଗେମର ସେପରି କିଛି ପ୍ରଭାବ ନାହିଁ, ତଥାପି ଏହି ଖେଳ ସମ୍ପର୍କରେ  ସବୁରାଜ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ତିନିଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଭିଭାବକ ଓ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ପିଲାମାନେ ଯେପରି ବ୍ଲୁ-ହ୍ୱେଲ୍‌ ର ପ୍ରଭାବରେ ନପଡିବେ  ସେଥିପାଇଁ ସେମାନେ ସତର୍କ  ହେବା ଆବଶ୍ୟକ।

ପିଲାମାନଙ୍କୁ ସ୍ନେହ, ଆଦର କରିବା ସହ ସେମାନଙ୍କ ମନରେ ବିଶ୍ୱାସ  ଜନ୍ମାଇ ପାରିଲେ ସେମାନେ ବ୍ଲୁ-ହ୍ୱେଲ୍‌ ପ୍ରଭାବରେ ପଡିବେ ନାହିଁ ବୋଲି ସୁପ୍ରିମକୋର୍ଟ ମତ  ଦେଇଛନ୍ତି। କେବଳ ବ୍ଲୁ-ହ୍ୱେଲ୍‌ ନୁହେଁ ଅନ୍ୟ କେତେକ ଅନଲାଇନ ଗେମ ମଧ୍ୟ  ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରୁଛି ବୋଲି କୋର୍ଟ କହିଛନ୍ତି। ସେପଟେ ସଚେତନତା  କାର୍ଯ୍ୟକ୍ରମ କେବଳ ବ୍ଲୁ-ହ୍ୱେଲ୍‌ ଗେମ ସମ୍ପର୍କିତ ନ ହୋଇ ଜୀବନର ସୁନ୍ଦରତାକୁ ମଧ୍ୟ  ଦର୍ଶାଇବା ଦରକାର ବୋଲି ଆଟର୍ଣ୍ଣି ଜେନେରାଲ କୋର୍ଟରେ ପକ୍ଷ ରଖିଥିଲେ। ଏଥିସହ  ୱେବସାଇଟରୁ ବାଦ ଦେବା ସମ୍ଭବ ନୁହେଁ ବୋଲି ସେ ଯୁକ୍ତି ରଖିଥିଲେ।

Related story