ଡଙ୍ଗା ସହ ବୁଡ଼ିଗଲେ ୪୦ରୁ ଅଧିକ ଯାତ୍ରୀ

୧୨ ଜଣ ପହଁରି ଆସିଲେ, ୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେ ବି ଅନେକ ନିଖୋଜ

ଗୌହ୍ୱାଟୀ: ଆସାମର ଗୌହ୍ୱାଟୀ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଆଜି ଏକ ଯାତ୍ରୀବାହୀ ଡଙ୍ଗା ୪୦ରୁ ଅଧିକ ଯାତ୍ରୀ ଓ ପ୍ରାୟ ୨oଟି  ବାଇକ୍‌ ସହ ବୁଡ଼ିଯାଇଛି। ଡଙ୍ଗାଟି ବୁଡ଼ି ଯିବା ପରେ  ୧୨ ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଆସିବାକୁ ସକ୍ଷମ ହୋଇଛନ୍ତି।.
 
ଉଦ୍ଧାରକାରୀ ଦଳ ଏଯାଏ ମାତ୍ର ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଡଙ୍ଗାରେ ଥିବା ପାଖାପାଖି ଅନ୍ୟ ୩୦ ଜଣ ଯାତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ। ଏହି ଡଙ୍ଗାରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ନଦୀ ପାର ହେବା ସମୟରେ ଡଙ୍ଗାରେ ୧୮ରୁ ଅଧିକ ବାଇକ୍‌ ରହିଥିଲା। ସେଗୁଡ଼ିକ ମଧ୍ୟ ପାଣିରେ ବୁଡ଼ି ଯାଇଛି।
 
ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ୨୫ ଜଣିଆ ଟିମ୍‌ ସହ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି। 
 
ଡଙ୍ଗାଟିରେ ଥିବା ଯାତ୍ରୀମାନେ ଗୌହ୍ୱାଟୀ ସିଟିର ଫ୍ୟାନ୍ସି ବଜାରରୁ ଉତ୍ତର ଗୌହ୍ୱାଟୀର ମଧ୍ୟୟମ୍‌ ଖାନାଡାକୁ ଯାଉଥିବା ବେଳେ କୂଳଠାରୁ ୨୦୦ ମିଟର୍‌ ଦୂରରେ ଏହାର ଇଞ୍ଜିନ୍‌ ଖରାପ୍ ହୋଇଯାଇଥିଲା। ଫଳରେ ଡଙ୍ଗାଟି ଅଶ୍ୱକ୍ଲାନ୍ତା ମନ୍ଦିର ଘାଟ ନିକଟରେ ବୁଡ଼ି ଯାଇଥିଲା। 
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡଙ୍ଗାରେ ୨୪ ଜଣ ଯିବାର ସୁବିଧା ଥିଲେ ହେଁ ଏଥିରେ ୪୦ରୁ ଅଧିକ ଲୋକ ଓ ୨ଚକିଆ ଗାଡ଼ି ରହିଥିଲା। ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଏହି ଘରୋଇ ଡଙ୍ଗା ସେବା ଯୋଗାଣକାରୀ ସଂସ୍ଥାର ଜଣେ ଅଧିକାରୀ  କହିଛନ୍ତି, ୨୨ ଜଣ ଲୋକଙ୍କୁ ଯିବା ପାଇଁ ଟିକେଟ୍‌ ଦିଆଯାଇଥିଲା। କିନ୍ତୁ କିଛି ଲୋକ ବିନା ଟିକେଟ୍‌ରେ ମଧ୍ୟ ଯାତ୍ରା କରୁଥିଲେ। 
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଡଙ୍ଗା ବୁଡ଼ିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

‘ମୁଁ ଦୁଃଖିତ, ହେଲେ ଦାୟୀ ନୁହେଁ’, ଅଶ୍ଲୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଏପରି କହିଲେ ପ୍ରଧାନଶିକ୍ଷକ

ଏମିତି ବି ଆସେ ମୃତ୍ୟୁ! ସୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ଅମିତ୍ ଶାହଙ୍କ ପାଇଁ ମନ୍ଦିରରେ ଦୀପଦାନ

ଅଯୋଧ୍ୟା ଭୂମି ପୂଜନରେ ପଶିପାରିବେନି ନକଲି ଅତିଥି, କାର୍ଡରେ ରହିଛି କୋଡ ବ୍ୟବସ୍ଥା

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱରରୁ ୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଲୋକାଲ୍‌ କେସ୍‌

କାର୍‌ ପୋଡ଼ି ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ!

କାଲିଠାରୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’

କୁଳଭୂଷଣଙ୍କ ପାଇଁ ପାକିସ୍ତାନ ହାଇକୋର୍ଟରେ ଲଢ଼ିବେ ଓକିଲ, କିନ୍ତୁ…

ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡଲାଇନ, ରହିଛି ଏସବୁ ନିୟମ

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ