ନିଖୋଜ ହୋଇଯାଇଥିଲେ: ଦେଢ ବର୍ଷ ପରେ ବାକ୍ସ ଭିତରୁ ମିଳିଲା ମୃତଦେହ

ଗାଜିଆବାଦ: ଦେଢ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ୪ବର୍ଷ ପିଲାର ମୃତ ଦେହ ଗତକାଲି ମିଳିଛି। ତାହା ପୁଣି ଜଣେ ପଡୋଶୀଙ୍କ ଛାତ ଉପରେ ଥିବା ଏକ କାଠ ବାକ୍ସ ଭିତରୁ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆଦାଦରେ। ଜେଦ୍‌ ନାମକ ଏହି ପିଲାକୁ ସମସ୍ତେ ଶେଷଥର ପାଇଁ ୨୦୧୬ ଡିସେମ୍ବର ୧ଦିନ ଦେଖିଥିଲେ। ଜେଦ୍‌ଙ୍କ ପରିବାର ଗାଜିଆବାଦରରେ ରୁହନ୍ତି। ସେଠାରେ ତାଙ୍କ ପଡୋଶୀ ମୋବିନଙ୍କ ଛାତ ଉପରେ ଥିବା ଏକ କାଠ […]

four-years-old-boy-kidnapped-650_625x300_1528040675424

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 03:27 PM IST

ଗାଜିଆବାଦ: ଦେଢ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ୪ବର୍ଷ ପିଲାର ମୃତ ଦେହ ଗତକାଲି ମିଳିଛି। ତାହା ପୁଣି ଜଣେ ପଡୋଶୀଙ୍କ ଛାତ ଉପରେ ଥିବା ଏକ କାଠ ବାକ୍ସ ଭିତରୁ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆଦାଦରେ।

ଜେଦ୍‌ ନାମକ ଏହି ପିଲାକୁ ସମସ୍ତେ ଶେଷଥର ପାଇଁ ୨୦୧୬ ଡିସେମ୍ବର ୧ଦିନ ଦେଖିଥିଲେ। ଜେଦ୍‌ଙ୍କ ପରିବାର ଗାଜିଆବାଦରରେ ରୁହନ୍ତି। ସେଠାରେ ତାଙ୍କ ପଡୋଶୀ ମୋବିନଙ୍କ ଛାତ ଉପରେ ଥିବା ଏକ କାଠ ବାକ୍ସରୁ ରବିବାର ଦିନ ଜେଦ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଜେଦ୍‌ଙ୍କ ଭାଇ ଜୁନେଦ୍‌ ପଡୋଶୀଙ୍କ ଛାତ ଉପରେ ଥିବା ଏକ ଷ୍ଟୋର ରୁମ୍‌ରେ କ୍ରିକେଟ୍‌ ବ୍ୟାଟ୍‌ ଖୋଜୁଥିଲେ ସେତିକି ବେଳେ ଏକ କାଠବାକ୍ସରେ ଜେଦ୍‌ଙ୍କ ମୃତ ଦେହଥିବା ଦେଖିବାକୁ ପାଇଥିଲେ। ଜେଦ୍‌ଙ୍କ ମୃତ ଶରୀର କଙ୍କାଳ ପାଲଟିଯାଇଥିଲା ଏହାକୁ ଦେଖି ସେ ଚିତ୍କାର କରିଥିଲେ। ଜୁନେଦ୍‌ଙ୍କ କହିବା ଅନୁଯାୟୀ 'ଏହା ଏକ ପ୍ରକାର ଭୟଙ୍କର କଣ୍ଢେଇ' ପରି ଦେଖାଯାଉଥିଲା। କଙ୍କାଳ ଦେଖି ସେ ତାଙ୍କ ପରିବାର ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ପରିବାର ଲୋକେ ଆସିବା ପରେ ଜେଦ୍‌ ଶେଷଥର ପାଇଁ ପିନ୍ଧିଥିବା ଡେନିମ୍‌ ସାର୍ଟକୁ ମନେ ପକାଇ ତାଙ୍କୁ ଚିହ୍ନିଥିଲେ।

୨୦୧୬ ଡିସେମ୍ବର୧ ଦିନ ଜେଦ୍‌ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଏହାପରେ ତାଙ୍କ ପରିବାର ଲୋକେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲେ। ତେବେ ହଠାତ୍‌ ଦିନେ ଜେଦ୍‌ଙ୍କ ଘରୁକୁ ଏକ ଫୋନ୍‌ କଲ୍ ଆସିଥିଲା। ଜେଦ୍‌ଙ୍କୁ ଅପହରଣ କରାଯାଇଛି ଓ ୧୦ଲକ୍ଷ ଟଙ୍କା ଦେଲେ ଛଡା ଯିବ ବୋଲି ଅପହରଣକାରୀ କହିଥିଲେ। କିନ୍ତୁ ପରିବାର ଲୋକେ ୮ଲକ୍ଷ ଟଙ୍କା ଦେଇ ପାରିବେ ବୋଲି କହିଥିଲେ। ଏସମ୍ପର୍କରେ ପରିବାର ଲୋକେ ପୋଲିସଙ୍କୁ ମଧ୍ୟ ଜଣାଇଥିଲେ। ଡିସେମ୍ବର ୧୭ତାରିଖ ଦିନ ଉଭୟ ଜେଦ୍‌ଙ୍କ ପରିବାର ଲୋକେ ଏବଂ ପୋଲିସ ହରିୟାଣାର ବଲଭଗର ଷ୍ଟେସନରେ ଅପହରଣକାରୀଙ୍କୁ ଟଙ୍କା ଦେବାକୁ ପହଞ୍ଚିଥିଲେ। କିନ୍ତୁ ଷ୍ଟେସନରେ ପହଞ୍ଚିବା ପରେ ଦୁଇ ଅପହରଣକାରୀ ତ ଆସିଲେ କିନ୍ତୁ ଜେଦ୍‌ ସେମାନଙ୍କ ସାଙ୍ଗରେ ନଥିଲେ। ପୋଲିସ ପ୍ରଥମେ ଜଣେ ଅପହରଣକାରୀଙ୍କୁ ଗିରଫ କରିଥିଲେ। ତାପରେ ତା ସାଥୀକୁ ମଧ୍ୟ ଗିରଫ କରିଥିଲେ। ସେମାନଙ୍କୁ ବହୁ ପଚରା ଉଚରା କରାଯିବା ସତ୍ତ୍ୱେ ଜେଦ୍‌ଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନଥିଲା। ପୋଲିସ୍‌  ଦୁଇଜଣଙ୍କୁ ଜେଲ୍‌ ପଠାଇଥିଲେ ଏବଂ ଚାର୍ଜସିଟ୍‌ ବି ଦାଖଲ କରିଥିଲେ। ତେବେ କିଛି ଦିନ ପରେ ସେମାନଙ୍କୁ ଜାମିନ୍‌ ମିଳିଯାଇଥିଲା। ଏବେ ଦେଢ ବର୍ଷ ପରେ ପଡୋଶୀଙ୍କ ଘରୁ ଜେଦ୍‌ଙ୍କ ମୃତଦେହ ମିଳିବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story