ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମିଡିଆର ଭୂମିକାକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରୁଲିଂ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ମିଡିଆ ଟ୍ରାଏଲକୁ ଆଜି ବମ୍ବେ ହାଇକୋର୍ଟ ପରୋକ୍ଷରେ ନାପସନ୍ଦ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ରିପୋର୍ଟ ଲଗାତର ପ୍ରସାରଣ କରି ଆସୁଛନ୍ତି। ଏପରି କି କିଛି ମିଡିଆ ଚ୍ୟାନେଲ ତଦନ୍ତ ଶେଷ ହେବା ପୂର୍ବରୁ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଓ ଏହାର ଦୋଷୀ ରିୟା ଚକ୍ରବର୍ତ୍ତୀ ବୋଲି କହିବାକୁ ପଛାଉ ନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି […]

d

d

Hemant Lenka
  • Published: Thursday, 03 September 2020
  • Updated: 03 September 2020, 05:29 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ମିଡିଆ ଟ୍ରାଏଲକୁ ଆଜି ବମ୍ବେ ହାଇକୋର୍ଟ ପରୋକ୍ଷରେ ନାପସନ୍ଦ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ରିପୋର୍ଟ ଲଗାତର ପ୍ରସାରଣ କରି ଆସୁଛନ୍ତି। ଏପରି କି କିଛି ମିଡିଆ ଚ୍ୟାନେଲ ତଦନ୍ତ ଶେଷ ହେବା ପୂର୍ବରୁ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଓ ଏହାର ଦୋଷୀ ରିୟା ଚକ୍ରବର୍ତ୍ତୀ ବୋଲି କହିବାକୁ ପଛାଉ ନାହାନ୍ତି।

ଏସବୁକୁ ଦୃଷ୍ଟିରେ ରଖି ଆଜି ବମ୍ବେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗଣମାଧ୍ୟମଗୁଡ଼ିକ ଖବର ପ୍ରସାରଣ ବେଳେ ସମ୍ବେଦନଶୀଳ ହେବା ଉଚିତ। ତଦନ୍ତରେ ବାଧା ଉପୁଜାଇଲା ଭଳି ରିପୋର୍ଟିଂରୁ ମିଡିଆ ଚ୍ୟାନେଲଗୁଡ଼ିକ ବିରତ ରହିବା ଉଚିତ। ମିଡିଆ ହାଉସ ଗୁଡ଼ିକ ମୃତ୍ୟୁକୁ ସମ୍ମାନ ଦେଲା ଭଳି ରିପୋର୍ଟିଂ କରନ୍ତୁ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ଏଏ ସୟଦ ଓ ଜଷ୍ଟିସ ଏସପି ତାଭାଡେଙ୍କ ଡିଭିଜନାଲ ବେଞ୍ଚ କହିଛନ୍ତି, ଆମର ଆଶା ଓ ନିବେଦନ ଯେ ମିଡିଆ ହାଉସ ଗୁଡ଼ିକ ଖବର ପ୍ରସାରଣ ବେଳେ ଅଧିକ ଯତ୍ନବାନ ହେବା ଉଚିତ। ଏମିତି କିଛି ରିପୋର୍ଟ ସେମାନେ ପ୍ରକାଶ ନ କରନ୍ତୁ, ଯାହା ତଦନ୍ତରେ ବାଧା ସୃଷ୍ଟି କରିବ। ମିଡିଆ ଟ୍ରାଏଲ ହେଉଛି ଓ ଏହାକୁ ବନ୍ଦ କରିବା ପାଇଁ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଆମେ ଏହା ଉପରେ ନିଷ୍ପତ୍ତି ନେବା ପୂର୍ବରୁ ସିବିଆଇ ଏ ପ୍ରସଙ୍ଗରେ ଜବାବ ଦାଖଲ କରିବ। ସିବିଆଇର ପକ୍ଷ ଶୁଣିବା ପରେ ଯାଇ ଆମେ ନିଷ୍ପତ୍ତି ନେବୁ ବୋଲି ଖଣ୍ଡପୀଠ କହିଛନ୍ତି।

ସୂଚାଯୋଗ୍ୟ, କିଛି ଗଣମାଧ୍ୟମ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ୍‌କୁ ବଦନାମ କରିବାରେ ଲାଗିଛନ୍ତି। ସେମାନେ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କ ନାଁ ନେଇ ମଧ୍ୟ ଅନେକ ପ୍ରକାରର ଟିପ୍ପଣୀ କରୁଛନ୍ତି। ଏହା ବିରୋଧରେ ମୁମ୍ବାଇ ପୁଲିସ୍‌ର ୮ ଜଣ ପୂର୍ବତନ ଅଧିକାରୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ମିଡିଆ ଟ୍ରାଏଲ ଚାଲିଥିବା ଅଭିଯୋଗ କରି ୩ ଜଣ ସାମାଜିକ କର୍ମୀ ବମ୍ବେ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ।

ପୁଲିସ୍‌ ଅଧିକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଆଇନଜୀବୀ ମିଲିନ୍ଦ ସାଠେ କହିଥିଲେ, ସୁଶାନ୍ତଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଜାଣିଶୁଣି କିଛି ମିଡିଆ ଚ୍ୟାନେଲ ଏକାଧିକ ରିପୋର୍ଟ ପ୍ରକାଶ କରୁଛନ୍ତି। ପ୍ରତିଟି ରିପୋର୍ଟରେ ମୁମ୍ବାଇ ପୁଲିସ୍‌କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ରର ଛାପ ରହିଛି। କିଛି ଗଣମାଧ୍ୟମ ପୂରା ଘଟଣା ପଛରେ ରହିଥିବା ଷଡ଼ଯନ୍ତ୍ର ପାଇଁ ସିଧାସଳଖ ମୁମ୍ବାଇ ପୁଲିସ୍‌କୁ ଦାୟୀ କରି ରିପୋର୍ଟ ପ୍ରକାଶ କରିଛନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ।

୩ ସାମାଜିକ କର୍ମୀଙ୍କ ପକ୍ଷରୁ ଆଇଜୀବୀ ଦେବାଦତ୍ତ କାମତ କହିଥିଲେ, “ଆମେ ସମସ୍ତେ ପ୍ରେସର ସ୍ୱାଧୀନତାକୁ ସମ୍ମାନ ଦେଉଛୁ। ଏହା ସମ୍ବିଧାନର ୪ର୍ଥ ସ୍ତମ୍ଭ। ସଶକ୍ତ ଓ ନିରପେକ୍ଷ ମିଡିଆ ଥିଲେ ଗୋଟିଏ ଦେଶ ତିଷ୍ଟି ପାରିବ। କିନ୍ତୁ ମିଡିଆର କିଛି ଦାୟିତ୍ୱ ମଧ୍ୟ ରହିଛି। ମିଡିଆ ଯଦି, ତା’ର ଦାୟିତ୍ୱ ଭୁଲି ଯିବ, ତା’ହେଲେ ନ୍ୟାୟ କେବେ ହେଲେ ମିଳିପାରିବ ନାହିଁ। କିଛି ଗଣମାଧ୍ୟମ ସୁଶାନ୍ତ ମୃତଦେହ ବେଡ ଉପରେ ପଡ଼ିଥିବାର ଫଟୋ ଦେଖାଉଛନ୍ତି। ଏହା ସାମ୍ବାଦିକତାର ଏଥିକ୍ସ ବାହାରେ। ସେହିପରି ଏହା ପ୍ରେସ କାଉନସିଲ ଅଫ ଇଣ୍ଡିଆର ଗାଇଡଲାଇନକୁ ମଧ୍ୟ ଉଲ୍ଲଙ୍ଘନ କରୁଛି।

ଯେତେବେଳେ ଜଣେ ସାକ୍ଷୀ ସିବିଆଇ ଜେରାର ସମ୍ମୁଖୀନ ହୋଇଫେରୁଛନ୍ତି, ସେତେବେଳେ ତାଙ୍କୁ ମିଡିଆ ଚ୍ୟାନେଲ ଗୁଡ଼ିକ ଘେରି ଯାଉଛନ୍ତି। ସିବିଆଇକୁ ସେ କ’ଣ କହିଲେ ବୋଲି ବାରମ୍ବାର ପ୍ରଶ୍ନ କରି ପିଛା କରୁଛନ୍ତି। ଏଭଳି ରିପୋର୍ଟିଂ କ’ଣ ଆମେ ୪ର୍ଥ ସ୍ତମ୍ଭଠାରୁ ଆଶା କରୁଛୁ? ହ୍ୟାଟସଆପ ଚ୍ୟାଟ ଠାରୁ ଆରମ୍ଭ କରି ସାକ୍ଷୀମାନଙ୍କ ବୟାନକୁ ମିଡିଆରେ ସାର୍ବଜନୀନ କରାଯାଉଛି। ଏହା କ’ଣ ତଦନ୍ତରେ ବାଧା ସୃଷ୍ଟି କରିବ ନାହିଁ?” ଏଥିସହ ସେ ମିଡିଆ ରିପୋର୍ଟ ଉପରେ ଅଙ୍କୁଶ ଲଗାଇବାକୁ ନିବେଦନ କରିଥିଲେ।

କିନ୍ତୁ ଏହାକୁ ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ବିରୋଧ କରିଥିଲେ। ସେ କହିଥିଲେ, କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ କୋର୍ଟ ମିଡିଆ ଚ୍ୟାନେଲଗୁଡ଼ିକର ପକ୍ଷ ଶୁଣିବା ଦରକାର। ତେବେ ଶୁଣାଣି ବେଳେ କୌଣସି ମିଡିଆ ହାଉସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇ ନଥିଲା। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story