ବ୍ରହ୍ମପୁତ୍ରର ଶାଖା ନଦୀରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି ଚୀନ

ବେଜିଂ: ବ୍ରହ୍ମପୁତ୍ର ନଦୀର ଏକ ଶାଖା ନଦୀର ଗତିପଥକୁ ତିବ୍ଦତରେ ପ୍ରତିରୋଧ କରି ଏହା ଉପରେ ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। କାରଣ ଏହା ଦ୍ୱାରା ତଳମୁଣ୍ଡରେ ଥିବା ଦେଶଗୁଡ଼ିକୁ ଜଳ ପ୍ରବାହ ହ୍ରାସ ପାଇପାରେ। ଚୀନ ନିର୍ମାଣ କରିବାକୁ ଯାଉଥିବା ଏହି ଦାମୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ନାମ ଲାଲହୋ ପ୍ରୋଜେକ୍ଟ। ଏହାକୁ ଜିଆବୁକୁ ନଦୀ ଉପରେ ନିର୍ମାଣ କରାଯାଉଛି। ଏଥିରେ ୭୪୦ ମିଲିୟନ […]

bramhaputra

Rakesh Mallick
  • Published: Saturday, 01 October 2016
  • , Updated: 04 May 2017, 03:44 PM IST

ବେଜିଂ: ବ୍ରହ୍ମପୁତ୍ର ନଦୀର ଏକ ଶାଖା ନଦୀର ଗତିପଥକୁ ତିବ୍ଦତରେ ପ୍ରତିରୋଧ କରି ଏହା ଉପରେ ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। କାରଣ ଏହା ଦ୍ୱାରା ତଳମୁଣ୍ଡରେ ଥିବା ଦେଶଗୁଡ଼ିକୁ ଜଳ ପ୍ରବାହ ହ୍ରାସ ପାଇପାରେ।

ଚୀନ ନିର୍ମାଣ କରିବାକୁ ଯାଉଥିବା ଏହି ଦାମୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ନାମ ଲାଲହୋ ପ୍ରୋଜେକ୍ଟ। ଏହାକୁ ଜିଆବୁକୁ ନଦୀ ଉପରେ ନିର୍ମାଣ କରାଯାଉଛି। ଏଥିରେ ୭୪୦ ମିଲିୟନ ଆମେରିକୀୟ ଡଲାର ବ୍ୟୟ କରାଯିବ। ତିବ୍ଦତର ଜିଗାଜେରେ ଏହି ପ୍ରକଳ୍ପ ନିର୍ମାଣ କରୁଛି। ଜିଗାଜେରୁ ବ୍ରହ୍ମପୁତ୍ର ନଦୀ ଅରୁଣାଚଳ ପ୍ରଦେଶକୁ ପ୍ରବେଶ କରିଛି।

Related story