ପାକିସ୍ତାନ ଓ ଚୀନ'ର ନିଦ ହଜେଇଦେଲା ଭାରତ: ସୁଖୋଇ-30ରୁ ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚୀନ୍ ଓ ପାକିସ୍ତାନ ପାଇଁ ସତର୍କ ଘଣ୍ଟି। ପ୍ରତିରକ୍ଷା ଗବେଷଣା ସଂସ୍ଥା DRDOର ସଫଳତା ଦୁଇ ଶତ୍ରୁ ରାଷ୍ଟ୍ରଙ୍କ ନିଦ ହଜାଇ ଦେଇଛି। ପ୍ରଥମ ଥର ଲାଗି ସୁଖୋଇ-ଥାର୍ଟି ଯୁଦ୍ଧ ବିମାନରୁ ଫାୟାର ହୋଇଛି ବିଶ୍ୱର ସବୁଠୁ ମାରାତ୍ମକ ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ। କୁହାଯାଉଛି ଅତ୍ୟାଧୁନିକ ସୁଖୋଇ ଜେଟ୍ ଓ ବ୍ରହ୍ମୋସର ଯୁଗଳବନ୍ଦୀ ପରେ ଭାରତ, ଚୀନ୍ ଓ ପାକିସ୍ତାନ ସମେତ ଅନ୍ୟ ପଡୋଶୀ ରାଷ୍ଟ୍ର ଭିତରେ ଯେ କୌଣସି  ଟାର୍ଗେଟକୁ ଲକ୍ଷ୍ୟଭେଦ […]

22_11_2017-brahmos_airlaunch

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 07:00 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚୀନ୍ ଓ ପାକିସ୍ତାନ ପାଇଁ ସତର୍କ ଘଣ୍ଟି। ପ୍ରତିରକ୍ଷା ଗବେଷଣା ସଂସ୍ଥା DRDOର ସଫଳତା ଦୁଇ ଶତ୍ରୁ ରାଷ୍ଟ୍ରଙ୍କ ନିଦ ହଜାଇ ଦେଇଛି। ପ୍ରଥମ ଥର ଲାଗି ସୁଖୋଇ-ଥାର୍ଟି ଯୁଦ୍ଧ ବିମାନରୁ ଫାୟାର ହୋଇଛି ବିଶ୍ୱର ସବୁଠୁ ମାରାତ୍ମକ ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ। କୁହାଯାଉଛି ଅତ୍ୟାଧୁନିକ ସୁଖୋଇ ଜେଟ୍ ଓ ବ୍ରହ୍ମୋସର ଯୁଗଳବନ୍ଦୀ ପରେ ଭାରତ, ଚୀନ୍ ଓ ପାକିସ୍ତାନ ସମେତ ଅନ୍ୟ ପଡୋଶୀ ରାଷ୍ଟ୍ର ଭିତରେ ଯେ କୌଣସି  ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରବ। ତାଛଡ଼ା ଏହା ଭାରତୀୟ ବାୟୁସେନାର ଦକ୍ଷତାକୁ ମଧ୍ୟ ବହୁଗୁଣା ବଢାଇ ଦେବ। ପୂର୍ବରୁ ବ୍ରହ୍ମୋସକୁ  ସ୍ଥଳଭାଗରୁ ମୋବାଇଲ୍ ଲଞ୍ଚର ଏବଂ ସମୁଦ୍ର ମଧ୍ୟସ୍ଥ ଜାହାଜରୁ ଛଡା ଯାଇପାରୁଥିବା ବେଳେ ଏବେ ବାୟୁମାର୍ଗରୁ ଏହାର ସଫଳତାର ସହ ଛଡ଼ାଯାଇଛି।

ଆଜିର ପରୀକ୍ଷଣରେ ଦୁଇଟି ସୁଖୋଇ ବିମାନକୁ ବ୍ୟବହାର କରାଯାଇଥିଲା। ଗୋଟିକରେ ବ୍ରହ୍ମୋସକୁ ଖଞ୍ଜା ଯାଇଥିବା ବେଳେ ଅନ୍ୟଟିରେ ଏହାର ଦିଗ ଓ ବେଗକୁ ଟ୍ରାକ୍ କରିବା ଲାଗି ଉପକରଣ ଲଗାଯାଇଥିଲା। ଉଭୟ ବିମାନ ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାରବେସରୁ ଉଡାଣ ଆରମ୍ଭ କରିଥିଲା। ପୁରୀ ଓ ପାରାଦ୍ୱୀପ ମଧ୍ୟରେ ବଙ୍ଗୋପସାଗରରେ ରଖାଯାଇଥିବା ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିବା ଲାଗି ବ୍ରହ୍ମୋସକୁ ଫାୟାର କରାଯାଇଥିଲା। ଅତି ନିଖୁଣତାର ସହ ବ୍ରହ୍ମୋସ୍, ଟାର୍ଗେଟକୁ ହିଟ୍ କରିଥିବା ଜଣାପଡିଛି। ଏହି ଐତିହାସିକ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ DRDO ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆଉ କେତେକ ବ୍ୟାବହାରିକ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ୪୨ଟି ସୁଖୋଇ ବିମାନରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଖଞ୍ଜିବାକୁ ଯୋଜନା ରଖିଛି। ଭାରତ ଓ ଋଷିଆର ମିଳିତ ସହଯୋଗରେ ନିର୍ମିତ ବ୍ରହ୍ମୋସ ବିଶ୍ୱର ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ ମିସାଇଲ। ଏହା ପରମାଣୁ ଅସ୍ତ୍ର ବହନ କରିବାରେ ମଧ୍ୟ ସକ୍ଷମ।

Related story