ବ୍ରେନ୍ ଡ୍ରେନ୍ ହୋଇଛି ବ୍ରେନ୍ ଗେନ୍: ମୋଦି

ନୂଆଦିଲ୍ଲୀ: ଭାରତରୁ ବିଦେଶକୁ ପ୍ରତିଭା ପଳାୟନ ବ୍ରେନ୍ ଡ୍ରେନ୍ ନୁହେଁ ବ୍ରେନ୍ ଗେନ୍ । ଆଉ ଏହାକୁ ବ୍ରେନ୍ ଡିପୋଜିଟ୍ ବୋଲି କୁହାଯାଇପାରିବ। ଆଜି କାଲିଫର୍ଣ୍ଣିଆର ସାନ୍ ଜୋସରେ ପ୍ରବାସୀ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ ଯେ ବ୍ରେନ୍ ଡ୍ରେନକୁ ନେଇ ତାଙ୍କର ଦୃଷ୍ଟିଭଙ୍ଗୀ ଟିକେ ଭିନ୍ନ। ସାଧାରଣତଃ ଏହାକୁ ସମସ୍ତେ ନକାରାତ୍ମକ ଭଙ୍ଗୀରେ ଦେଖନ୍ତି। କିନ୍ତୁ ଏଥିପ୍ରତି ତାଙ୍କର ରହିଛି ସକାରାତ୍ମକ ଦୃଷ୍ଟିଭଙ୍ଗୀ। ସେ ଭାବନ୍ତି […]

modi

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 07:22 AM IST

ନୂଆଦିଲ୍ଲୀ: ଭାରତରୁ ବିଦେଶକୁ ପ୍ରତିଭା ପଳାୟନ ବ୍ରେନ୍ ଡ୍ରେନ୍ ନୁହେଁ ବ୍ରେନ୍ ଗେନ୍ । ଆଉ ଏହାକୁ ବ୍ରେନ୍ ଡିପୋଜିଟ୍ ବୋଲି କୁହାଯାଇପାରିବ। ଆଜି କାଲିଫର୍ଣ୍ଣିଆର ସାନ୍ ଜୋସରେ ପ୍ରବାସୀ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ ଯେ ବ୍ରେନ୍ ଡ୍ରେନକୁ ନେଇ ତାଙ୍କର ଦୃଷ୍ଟିଭଙ୍ଗୀ ଟିକେ ଭିନ୍ନ। ସାଧାରଣତଃ ଏହାକୁ ସମସ୍ତେ ନକାରାତ୍ମକ ଭଙ୍ଗୀରେ ଦେଖନ୍ତି। କିନ୍ତୁ ଏଥିପ୍ରତି ତାଙ୍କର ରହିଛି ସକାରାତ୍ମକ ଦୃଷ୍ଟିଭଙ୍ଗୀ। ସେ ଭାବନ୍ତି ଯେ ବ୍ରେନ୍ ଡ୍ରେନ୍ ହେଉଛି ବ୍ରେନ୍ ଗେନ୍। ବିଦେଶରେ ବ୍ରେନ୍ ଡିପୋଜିଟ୍ ହେଉଛି। ଦରକାର ବେଳେ ଏହାକୁ ବିଦେଶରେ ରହୁଥିବା ଭାରତୀୟମାନେ ଭାରତ ମାତାଙ୍କ କାମରେ ଲଗାଇବେ। ଏହା କହି ସାରିବା ପରେ କାମରେ ଆସିବ କି ନାହିଁ ବୋଲି ମୋଦି ଉପସ୍ଥିତ ଭାରତୀୟ ଶ୍ରୋତାମାନଙ୍କୁ ପ୍ରଶ୍ନ କରିଥିଲେ। ଆଉ ସମସ୍ତେ ବଡ଼ ପାଟିରେ ହଁ ଭରିଥିଲେ।

ଏକ ବର୍ଣ୍ଣାଢ୍ୟ ସମାରୋହରେ ମୋଦି, ସ୍ୱାଧୀନତା ସେନାନୀ ଭଗତ ସିଂଙ୍କୁ ସ୍ମରଣ କରି ନିଜର ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଏକବିଂଶ ଶତାବ୍ଦୀ ଭାରତର । ଭାରତକୁ ଏବେ ସମଗ୍ର ବିଶ୍ୱର କେନ୍ଦ୍ର ବିନ୍ଦୁ ଭାବେ ଦେଖାଯାଉଛି। ସାରା ଦୁନିଆ ଆମ ଦେଶ ସହ ଯୋଡି ହେବାକୁ ଆଗ୍ରହ ପ୍ରକାଶ କରୁଛି। ସେହିପରି ଡିଜିଟାଲ୍ ବିପ୍ଲବରେ ଭାରତୀୟମାନେ ଅଗ୍ରଣୀ ଭୂମିକା ନେଇଛନ୍ତି। କମ୍ପ୍ୟୁଟର ଦକ୍ଷତା ଯୋଗୁଁ ବିଶ୍ୱରେ ଭାରତର ଛବି ବଦଳିଯାଇଛି । ଉପନିଶଦରୁ ଉପଗ୍ରହରେ ପହଞ୍ଚିଛି ଭାରତ। ଆଉ ପ୍ରଥମ ଉଦ୍ୟମରେ ଭାରତର ମଙ୍ଗଳ ଅଭିଯାନ ସଫଳ ହୋଇଛି।

Related story