ନୂଆଦିଲ୍ଲୀ: ପୁଅଟିଏ ହେଲେ ବାପା ମା’ଙ୍କୁ ପିଣ୍ଡ ଦେବ। ଏ ଧାରଣା ଆଜିବି ଅନେକ ଲୋକଙ୍କ ମନରେ ରହିଛି। ଏଇଥିପାଇଁ ଆମ ସମାଜରେ ଝିଅଟିଏ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ହେଲେ ପୂଜା ଏମିତି କିଛି କାରନାମା କରିଛନ୍ତି ଯେ, ଦେଶବ୍ୟାପୀ ତାଙ୍କୁ ଏବେ ସାବାସି ମିଳିବାରେ ଲାଗିଛି। ନିଜ ପିତାଙ୍କୁ ସୁସ୍ଥ କରିବା ପାଇଁ ସେ ନିଜ ଲିଭର ଦାନ କରି ସୋସିଆଲ ମିଡିଆରେ ସେଲିବ୍ରେଟି ପାଲଟି ଗଲେଣି। ପିତାଙ୍କ ସହ ତାଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଏବେ ଚର୍ଚ୍ଚିତ ହୋଇପଡିଛି।
ଯୁବତୀ ଜଣକ ହେଉଛନ୍ତି ପୂଜା ବିଜରାନିଆ। ତାଙ୍କ ଏହି ମହନୀୟ କାର୍ଯ୍ୟଟି ସମ୍ପର୍କରେ ଜାଣିବା ପରେ ଡାକ୍ତର ରଚିତ ଭୁଷଣ ଶ୍ରୀବାସ୍ତବ ନାମକ ବ୍ୟକ୍ତି ନିଜ ଫେସ୍ବୁକ୍ ଆକାଉଣ୍ଟରେ ଏ ସମ୍ପର୍କରେ ପ୍ରଥମେ ତଥ୍ୟ ଉପସ୍ଥାପନ କରିଥିଲେ। ଉଭୟ ପିତା ପୁତ୍ରୀଙ୍କ ଏକ ଫଟୋ ମଧ୍ୟ ସେ ସେୟାର କରିଥିଲେ। ଯାହ କ୍ରମେ ଭାଇରାଲ ହୋଇଯାଇଥିଲା। ୧୦,୦୦୦ ଲୋକେ ଏହି ଫଟୋକୁ ସେୟାର କରିଥିବା ବେଳା ପୋଷ୍ଟକୁ ମିଳିଛି ୧୩,୦୦୦ ରିଆକ୍ସନ।