ବ୍ରାଜିଲର ଫୁଟ୍‌ବଲ ଖେଳାଳିଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

କଲମ୍ବିଆ: ବ୍ରାଜିଲର ଫୁଟ୍‌ବଲ ଖେଳାଳିଙ୍କୁ ନେଇ ଯାଉଥିବା ବିମାନ କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଏହି ବିମାନରେ ୭୨ ଜଣ ଯାତ୍ରୀଙ୍କ ସମେତ ବିମାନ ଚାଳକ ଟିମ୍‌ର ୯ ଜଣ ସଦସ୍ୟ ଯାତ୍ରା କରୁଥିଲେ। ଏହି ବିମାନରେ ସାଉଥ ଆମେରିକାନ୍‌ ଫୁଟବଲ୍‌ ଚାମ୍ପିଅନସିପ୍‌ର ଫାଇନାଲିଷ୍ଟମାନେ ରହିଥିଲେ। ବଲିଭିଆରୁ ମେଡିଲିନ୍‌ ଯାଉଥିବା ବେଳେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମେଡେଲିନ୍‌ରେ ବୁଧବାରଦିନ ହେବାକୁ ଥିବା କୋପା ସୁଡ୍‌ଆମେରିକାନା ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଥିଲେ ସମସ୍ତ ଖେଳାଳି। ବିମାନରେ ଇନ୍ଧନ […]

plane-crash

Rakesh Mallick
  • Published: Tuesday, 29 November 2016
  • , Updated: 04 May 2017, 03:44 PM IST

କଲମ୍ବିଆ: ବ୍ରାଜିଲର ଫୁଟ୍‌ବଲ ଖେଳାଳିଙ୍କୁ ନେଇ ଯାଉଥିବା ବିମାନ କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଏହି ବିମାନରେ ୭୨ ଜଣ ଯାତ୍ରୀଙ୍କ ସମେତ ବିମାନ ଚାଳକ ଟିମ୍‌ର ୯ ଜଣ ସଦସ୍ୟ ଯାତ୍ରା କରୁଥିଲେ।

ଏହି ବିମାନରେ ସାଉଥ ଆମେରିକାନ୍‌ ଫୁଟବଲ୍‌ ଚାମ୍ପିଅନସିପ୍‌ର ଫାଇନାଲିଷ୍ଟମାନେ ରହିଥିଲେ। ବଲିଭିଆରୁ ମେଡିଲିନ୍‌ ଯାଉଥିବା ବେଳେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମେଡେଲିନ୍‌ରେ ବୁଧବାରଦିନ ହେବାକୁ ଥିବା କୋପା ସୁଡ୍‌ଆମେରିକାନା ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଥିଲେ ସମସ୍ତ ଖେଳାଳି। ବିମାନରେ ଇନ୍ଧନ ସରିଯାଇଥିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି। ତେବେ ଉକ୍ତ ଦୁର୍ଘଟଣାରେ ଛଅ ଜଣ ଜୀବିତ ଥିବା ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି।

Related story